କ୍ୟାନସର ରୋଗୀଙ୍କ ପାଇଁ ଭୟଙ୍କର ହୋଇପାରେ କରୋନା ଭାଇରସ୍ : ଦାବି କଲେ ଆମେରିକୀୟ ବୈଜ୍ଞାନିକ
4/05/2020 at 10:19 AM

ନୂଆଦିଲ୍ଲୀ ୪/୫: କରୋନା ଭାଇରସକୁ ନେଇ ଏକ ଅନୁସନ୍ଧାନ ହୋଇଛି। ଅନୁସନ୍ଧାନ ଅନୁସାରେ ଯଦି କୌଣସି ରୋଗୀଙ୍କ ରକ୍ତ ଏବଂ ଫୁସପୁସ୍ ସମ୍ବନ୍ଧିତ କ୍ୟାନସର ହୋଇଛି ତେବେ ସେମାନଙ୍କ କରୋନା ଭାଇରସରେ ମୃତ୍ୟୁ ହେବାର ଅଧିକ ସମ୍ଭାବନା ରହିଛି। ଯେଉଁମାନଙ୍କୁ କ୍ୟାନସର ହୋଇନାହିଁ ସେମାନଙ୍କୁ କରୋନା ଭାଇରସଠୁ ବିପଦ ନାହିଁ।
ଚୀନର ହୁଓ୍ବେଇ ଅଞ୍ଚଳର ୧୪ଟି ହସ୍ପିଟାଲକୁ ସାମିଲ କରାଯାଇଛି ଯେଉଁଥିରେ ସମାନ ବୟସର ୧୦୫କ୍ୟାନସର ରୋଗୀ ଏବଂ ୫୩୬ଏପରି ରୋଗୀ ଥିଲେ ଯାହାକୁ କ୍ୟାନସର ନଥିଲା। ଏହି ସମସ୍ତ ରୋଗୀଙ୍କୁ କରୋନା ଭାଇରସର ସଂକ୍ରମଣ ଥିଲା। ଏହି ସର୍ଭେରେ ଚୀନ,ସିଙ୍ଗାପୁର ଏବଂ ଆମେରିକାର ବୈଜ୍ଞାନିକମାନେ ସାମିଲ ଥିଲେ,୩ଦେଶର ବୈଜ୍ଞାନିକମାନେ କହିଥିଲେ ଯେ କରୋନା ସଂକ୍ରମିତ ଯେଉଁ ରୋଗୀଙ୍କୁ ପ୍ରଥମରୁ କ୍ୟାନସର ରହିଛି ସେମାନଙ୍କଠାରେ ମୃତ୍ୟୁ ସଂଖ୍ୟା ୩ଗୁଣ ଅଧିକ। ସାମାନ୍ୟ ଲୋକଙ୍କ ଭାଇରସରେ ମୃତ୍ୟୁ ସଂଖ୍ୟା ୨-୩ପ୍ରତିଶତ।
କ୍ୟାନସରରେ ପୀଡ଼ିତ ରୋଗୀଙ୍କଠାରେ କରୋନା ଭାଇରସର ଗମ୍ଭୀର ଲକ୍ଷଣ ଦେଖାଯାଇଛି। କ୍ୟାନସର ରୋଗୀଙ୍କ ଅବସ୍ଥା ଏତେ ଶୋଚନୀୟ ହୋଇଯାଉଛି ଯେ ତାଙ୍କୁ ଆଇସିୟୁରେ ରଖାଯାଉଛି କିମ୍ବା ମେକାନିକାଲ୍ ଭେଣ୍ଟିଲେଟନ ସହାୟତାରେ ଚିକିତ୍ସା କରାଯାଉଛି।