୨୮ ବର୍ଷୀୟ ରାପରଙ୍କୁ ଗୁଳିମାରି ହତ୍ୟା, ମୃତ୍ୟୁର କିଛି ସମୟ ପୂର୍ବରୁ ହୋଇଥିଲା ଗୀତ ରିଲିଜ୍

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ: ହଲିଉଡର ପ୍ରସିଦ୍ଧ ରାପର ମିଗୋସର ତୃତୀୟ ମେମ୍ବର ଟେକଅଫଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ୨୮ ବର୍ଷୀୟ ରାପର ଟେକଅଫ୍‌ଙ୍କ ପ୍ରକୃତ ନାମ କିର୍ଶନିକ ଖାଲି ବଲ୍ ଥିଲା। ଟେକଅଫଙ୍କୁ ଗୁଳିମାଡ଼ ସମୟରେ ଟେକଅଫଙ୍କ ଦୁଇ ସହଯୋଗୀ କୁଆଓ ଏବଂ ଅଫସେଟ୍‌ ମଧ୍ୟ ତାଙ୍କ ସହ ରହିଥିଲେ। ଦୁଇ ସହଯୋଗୀ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେପଟେ ଟେକଅଫ୍‌ଙ୍କ ମୃତ୍ୟୁରେ ତାଙ୍କର ଫ୍ୟାନ୍ ଶୋକ ମନାଉଛନ୍ତି।

ରାପର ଟେକଅଫ୍‌ଙ୍କ ଜନ୍ମ ୧୯୯୪ ରେ ଜର୍ଜିଆରେ ହୋଇଥିଲା। ସେ ୨୦୦୮ ରେ ପୋଲୋ କ୍ଲବ୍‌ର ଆରମ୍ଭ କରିଥିଲେ। ୨୦୧୧ ରେ ତାଙ୍କର ଜୁଗ୍ ସିଜିନ ରିଲିଜ୍ ହୋଇଥିଲା। ‘ମିଗୋସ’ ମିକ୍ସଟେପ୍‌ରେ ସେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୩ ରେ ‘ବର୍ସୋଚେ’ ଆଲବମ୍ ରିଲିଜ୍ କରିଥିଲେ। ଯାହା ବେଶ୍ ଲୋକପ୍ରିୟ ହୋଇଥିଲା। ରାପର ଟେକଅଫ୍, କୁଆଓ ଏବଂ ଅଫସେଟ୍‌ଙ୍କ ୧୯ ଘଣ୍ଟା ପୂର୍ବରୁ ‘ମେସୀ’ ଗୀତ ରିଲିଜ୍ ହୋଇଥିଲା।  

wp:embed {"url":"https://twitter.com/ani_digital/status/1587439640306651136?s=20\u0026t=PpaMcen0fObP6wuYi5XqXw","type":"rich","providerNameSlug":"twitter","responsive":true}
https://twitter.com/ani_digital/status/1587439640306651136?s=20&t=PpaMcen0fObP6wuYi5XqXw
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.