ତିନି ସନ୍ତାନଙ୍କ ସାମ୍ନାରେ ମା’କୁ ଗୁଳି, ହତ୍ୟାକାରୀର ଆତ୍ମହତ୍ୟା : ପ୍ରେମିକା ସହ କଳିରୁ ସର୍ବନାଶ

Published By : Prameya-News7 Bureau | January 05, 2022 IST

ନୂଆଦିଲ୍ଲୀ ୦୫/୦୧: ଫ୍ଲୋରିଡା ରାପର ଜେ ଷ୍ଟାଶ ତାଙ୍କର ୨୭ ବର୍ଷୀୟା ଗର୍ଲଫ୍ରେଣ୍ଡକୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ସମୟରେ ଗର୍ଲଫ୍ରେଣ୍ଡଙ୍କ ୩ ପିଲା ତାଙ୍କ ସାମ୍ନାରେ ଉପସ୍ଥିତ ଥିଲେ। ଗର୍ଲଫ୍ରେଣ୍ଡକୁ ହତ୍ୟା କରିବା ପରେ ରାପର ମଧ୍ୟ ନିଜକୁ ମୃତ୍ୟୁ ମୁଖରେ ସମର୍ପଣ କରିଥିଲେ। ଲସ୍ ଆଞ୍ଜେଲସ୍ ପୋଲିସର ସୂଚନାନୁସାରେ, ନୂଆ ବର୍ଷ ଦିନ ଏହି ଘଟଣା ଘଟିଛି।

wp:html /wp:html

ଖବର ଅନୁଯାୟୀ, ନୂଆ ବର୍ଷ ଦିନ ଟେମ୍ପଲ୍ ସିଟିର ପେଣ୍ଟଲ୍ୟାଣ୍ଡ ଷ୍ଟ୍ରୀଟରେ ଥିବା ଏକ ଘରେ ଏହି ଘଟଣା ଘଟିଥିଲା। ୨୮ ବର୍ଷର ରାପର୍ ଜେ ଷ୍ଟାଶ୍ ତାଙ୍କ ତିନି ସନ୍ତାନଙ୍କ ସାମ୍ନାରେ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିଲେ। ଜୟ ଷ୍ଟାସ୍ ପ୍ରଥମେ ତାଙ୍କ ଗର୍ଲଫ୍ରେଣ୍ଡକୁ ଗୁଳି କରିଥିଲେ, ତା’ପରେ ନିଜକୁ ଗୁଳି କରିଥିଲେ। କୁହାଯାଉଛି ଘଟଣାର କିଛି ସମୟ ପୂର୍ବରୁ ଏହି ଫ୍ଲାଟରୁ ପୋଲିସକୁ ଏକ ଘରୋଇ ହିଂସା କଲ୍ ଯାଇଥିଲା।

ପୋଲିସ ଅନୁଯାୟୀ, ସକାଳ ୭.୧୫ ସମୟରେ ତିନି ପିଲାଙ୍କ ମଧ୍ୟରୁ ଜଣେ ପୋଲିସକୁ ଡାକି ଘଟଣା ସମ୍ପର୍କରେ ସୂଚନା ଦେଇ ସାହାଯ୍ୟ ମାଗିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଥିଲେ ଯେ ତିନି ପିଲା ଭୟଭୀତ ଅଛନ୍ତି।  ପୋଲିସ୍ କହିଛି- ଘଟଣା ସମ୍ପର୍କରେ ସୂଚନା ପାଇ ଆମେ ସେଠାରେ ପହଞ୍ଚିବା ମାତ୍ରେ ଭୟଭୀତ ପିଲାମାନେ ସେମାନଙ୍କ ପାଖକୁ ଦୌଡି ଆସି ସୁରକ୍ଷା ମାଗିଥିଲେ। ପିଲାମାନେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ମହିଳାଙ୍କ ତିନି ସନ୍ତାନ ୫ ରୁ ୧୧ ବର୍ଷ ବୟସ ମଧ୍ୟରେ । ପିଲାମାନେ ସେମାନଙ୍କ ମା ସହିତ ସେହି ଫ୍ଲାଟରେ ରହୁଥିଲେ। ସେମାନେ ଘର ଭିତରେ ସେ ଜଣେ ମହିଳାଙ୍କୁ ପାଇଥିଲେ ଯାହାଙ୍କ ଶରୀର ଅନେକ ଗୁଳି ବାଜିଥିଲା। ଏଥିସହିତ ମହିଳାଙ୍କ ପାଖରେ ଜଣେ ପୁରୁଷଙ୍କ ମୃତଦେହ ମଧ୍ୟ ମିଳିଥଲା, ଯାହାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.