ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମହିଳା ଓ ଶିଶୁ ଯୌନ ଶୋଷଣ ଦୋଷୀ ଆମେରିକୀୟ ପପ୍ ସିଙ୍ଗରଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ

30/06/2022 at 4:20 PM

ନ୍ୟୁୟର୍କ ୩୦।୬: ଆମେରିକୀୟ ପପ୍ ସିଙ୍ଗର ଆର.କେଲିଙ୍କୁ ୩୦ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ମହିଳା ଓ ଶିଶୁଙ୍କ ଯୌନ ଶୋଷଣ ଅଭିଯୋଗରେ କେଲି ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ୯ ମାସ ପରେ ଦଣ୍ଡ ଶୁଣାଇଥିବା ବେଳେ ଜେଲଦଣ୍ଡାଦେଶ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ନ୍ୟୁୟର୍କ କୋର୍ଟ ମହିଳାଙ୍କ ତସ୍କରୀ ମାମଲାରେ କେଲିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରଠାରୁ ତାଙ୍କ ଦଣ୍ଡକୁ ନେଇ ତର୍କ ଜାରି ଥିଲା।

୫୫ ବର୍ଷ ବୟଷ୍କ କେଲି ତାଙ୍କ ପାଲରେ ପଡିଥିବା ମହିଳା ଓ ଶିଶୁଙ୍କ ପ୍ରତି ସାମାନ୍ୟତମ ଦୟା ମଧ୍ୟ କରି ନାହାନ୍ତି। ଦୀର୍ଘ ୨ ଦଶନ୍ଧି ଧରି ସେ ମହିଳା ଓ ଶିଶୁଙ୍କ ପ୍ରତି ଯୌନ ଶୋଷଣ କରିଚାଲିଥିଲେ। ତେବେ ସେ ବର୍ତ୍ତମାନ ଆଉ ସମାଜ ନିମନ୍ତେ ବିପଦଜନକ ନୁହନ୍ତି ବୋଲି କେଲିଙ୍କ ଓକିଲ ତର୍କ ରଖିଥିଲେ। ଗାୟିକା ଆଲିଆଙ୍କୁ କେଲି ୧୯୯୪ ମସିହାରେ ବିବାହ କରିବା ବେଳେ ତାଙ୍କ ବୟସ ମାତ୍ର ୧୫ ବର୍ଷ ଥିବା କୋର୍ଟ ରେ ସ୍ପଷ୍ଟ ହୋଇଛି। ତେବେ କେଲି ତାଙ୍କୁ ବିବାହ କରିବା ଲାଗି କାଗଜପତ୍ରରେ ୧୮ ବର୍ଷ ଦର୍ଶାଇଥିଲେ। ପରେ ଘଟଣା ଜଣାପଡିବାରୁ ତାଙ୍କ ବିବାହ ରଦ୍ଦ ହୋଇଥିଲା। ଘଟଣାର ୯ ବର୍ଷ ପରେ ଏକ ବିମାନ ଦୁର୍ଘଟଣାରେ ଆଲିଆଙ୍କ ମୃତ୍ୟୁ ହୋଇଥିଲା।

   Related Posts