ଫିକା ପଡିପାରେ ସୁନାର ଚମକ୍‌, ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପ ହ୍ରାସ କରିପାରେ ଦର

Published By : Prameya-News7 Bureau | August 26, 2023 IST

ନୂଆଦିଲ୍ଲୀ ୨୬।୮: ସୁନା ପ୍ରତି ରହିଛି ସାରା ବିଶ୍ୱର ଆଦର, ତେବେ ଭାରତରେ ସୁନା ପ୍ରତି ଆକର୍ଷଣ ଟିକେ ଅଧିକ। ଦେଶରେ ନିବେଶର ମାଧ୍ୟମ ବ୍ୟତୀତ ଆଭୂଷଣ ପ୍ରସ୍ତୁତିରେ ବିପୁଳ ସୁନା ବ୍ୟବହାର ହୋଇଥାଏ। ଏଣୁ  ପ୍ରାଚୀନ ସମୟରୁ ଭାରତ ବିଶ୍ୱର ସ୍ୱର୍ଣ୍ଣ ଉପଭୋକ୍ତାଙ୍କ ମଧ୍ୟରେ ଅନ୍ୟତମ । ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଭାରତରେ ସୁନାର ଚାହିଦା କାହିଁରେ କଣ। କାରଣ ପ୍ରତି ବର୍ଷ ବିବାହ ଋତୁରେ ଏହାର ଚାହିଦା ଢେର ବଢିଯାଇଥାଏ। ଗତ ବର୍ଷେ ଦେଢ ବର୍ଷ ହେଲା ସୁନା ବେଶ୍‌ କାରବାର କରୁଛି। ତେବେ ବିଶ୍ୱରେ ଯେବେବି ଅନିଶ୍ଚିତତାର ପରିସ୍ଥିତି ଦେଖା ଦିଏ ସେତେବେଳେ ସୁନାର ଦର ଚଢିବାରେ ଲାଗେ।

{"id":836350,"width":841,"height":554,"sizeSlug":"full","linkDestination":"none"}

କାରଣ ସାରା ବିଶ୍ୱରେ ଲୋକେ ସୁନାକୁ ନିବେଶର ଉତ୍ତମ ମାଧ୍ୟମ ବୋଲି ଭାବନ୍ତି। ଖାସ ଏହି କାରଣରୁ ବଜାର ଖରାପ ରହିବା ବେଳେ ସୁନା ଦର ବଢିବାରେ ଲାଗେ ଓ ବର୍ଦ୍ଧିତ ଦରରେ ମଧ୍ୟ ଲୋକେ ନିବେଶ କରନ୍ତି। ଜାରି ସପ୍ତାହ ସୁନା ନିମନ୍ତେ ବେଶ୍ ଭଲ ଥିଲା। ସପ୍ତାହ କାଳରେ ସୁନା ଦରରେ ୧.୩ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ବୈଶ୍ୱିକ ବଜାରରେ ସୁନା ଦର ପ୍ରତି ଆଉନ୍ସ ଏବେ ୧,୯୧୪ ଡଲାରରେ କାରବାର ହେଉଛି। ଏହି ସମୟରେ ଘରୋଇ ବଜାରରେ ସୁନା ପ୍ରତି ୧୦ ଗ୍ରାମ ୫୮ହଜାର ଟଙ୍କା ପାଖାପାଖି ରହୁଛି।

{"id":836351,"width":839,"height":559,"sizeSlug":"full","linkDestination":"none"}

ତେବେ ଆଗାମୀ ଦିନମାନଙ୍କରେ ସୁନା ଦର ନରମ ପଡିପାରେ। ଏହାର କାରଣ ଆମେରିକା ସହ ଜଡିତ। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଏ ନେଇ ସଂକେତ ଦେଇଛନ୍ତି। ଏଥିରୁ ଆମେରିକା ଫେଡେରାଲ ରିଜର୍ଭ ପୁଣି ସୁଧହାର ବୃଦ୍ଧି କରିବେ ବୋଲି ଏହି ସଂକେତରୁ ବୁଝା ପଡୁଛି। ଏଣୁ ସୁଧହାର ବୃଦ୍ଧି ହେଲେ ନିବେଶକ ସୁନା ବଦଳେ ବଣ଼୍ଡ କିଣିବାରେ ଲାଗିବେ। ସୁନା ଦର ଖସିବାର ସମ୍ଭାବନା ଦେଖା ଦେଇଛି। ଲୋକଙ୍କ ଆର୍ଥିକ କ୍ଷେତ୍ରରେ ନିବେଶ ସୁନାଗହଣା ବଜାରକୁ ସବୁ ବେଳେ ପ୍ରଭାବିତ କରିଆସିଛି। ଏଣୁ ଆଗକୁ ମଧ୍ୟ ଏପରି ସମ୍ଭାବନା ଥିବାର କୁହାଯାଉଛି।  

UPI Liteରୁ ଏବେ ୫୦୦ ଟଙ୍କା ଯାଏ କରିପାରିବେ ଅଫ୍‌ଲାଇନ୍ ଟ୍ରାଞ୍ଜେକ୍ସନ୍, ଲିମିଟ୍ ବଢାଇଲା RBI   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.