ଆଇପିଏଲ୍‌ ମୈଦାନକୁ ଓହ୍ଲାଇବେ ଆମେରିକୀୟ ଖେଳାଳି, ଏହି ଟିମ୍‌ରେ ହେଲେ ସାମିଲ୍‌

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଳୀ ୧୨/୦୯: ଆଇପିଏଏଲର ୧୩ ତମ ସଂସ୍କରଣ ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଦଳର ଖେଳାଳି ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି। କିନ୍ତୁ ଚଳିତ ଥର ହେବାକୁ ଯାଉଥିବା ଆଇପିଏଲ୍‌ରେ ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। କୋଲକାତା ନାଇଟ୍‌ ରାଇଡର୍ସ(କେକେଆର) ହ୍ୟାରି ଗର୍ନିଙ୍କ ସ୍ଥାନରେ ଆମେରିକାର ଦ୍ରୁତ ବୋଲର ଅଲି ଖାନଙ୍କୁ ସାମିଲ କରିଛି।

ଇଂଲଣ୍ଡ ହ୍ୟାରି ଗର୍ନି କାନ୍ଧରେ ଆଘାତ ଯୋଗୁଁ ସେ ଆଇପିଏଲରେ ସାମିଲ ହୋଇପାରିନାହାନ୍ତି । ତେବେ ଅଲି ଖାନ ପ୍ରଥମ ଆମେରିକୀୟ ଖେଳାଳି ଭାବେ ଆଇପିଏଲ୍‌ରେ ନଜର ଆସିବେ । ଅଲି ଖାନ ସିପିଏଲ ୨୦୨୦ରେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଥିଲେ । କାରାବିୟାନ ପ୍ରମିୟର ଲିଗ୍‌ ଜିତିଥିବା ଟିମ୍ ଟିକେଆର ଓ କେକେଆର କମ୍ପାନୀ ସମାନ। ସିନେ ସୁପରଷ୍ଟାର ଶାହରୁଖ ଖାନ୍‌ ଏହି ଦୁଇ ଟିମ୍‌ର ମାଲିକ ।

wp:html
View this post on Instagram

Purpose fuels passion ?

A post shared by Ali Khan (@iamalikhan23) on

/wp:html

 ସିପିଏଲରେ ସମସ୍ତ ୧୨ଟି ମ୍ୟାଚ୍ ଜିତି ଟାଇଟଲ୍‌ ନିଜ ନାଁରେ କରିଥିଲା ଟିକେଆର। ଏନେଇ ଟ୍ବିଟ୍‌ କରି ଖୁସି ଜାହିର କରିଥିଲେ ଶାହରୁଖ। ଅଲି ଖାନ ଟିକେଆର ଓ ସିଏସ୍‌କେର ଅଲ୍‌ରାଉଣ୍ଡର ଡ୍ବେନ୍ ବ୍ରାଭୋଙ୍କ ସହ ବିମାନରେ ଯାତ୍ରା ସମୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ୧୪୦ କିମି ପ୍ରତି ଘଣ୍ଟାରେ ବୋଲିଂ କରିପାର କ୍ଷମତା ରଖିଥିବା ଅଲି ୟର୍କର ପାଇଁ ବେଶ ପରିଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.