ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପୁଣିଥରେ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ: ଅଭିଯୁକ୍ତ ଗିରଫ

5/03/2023 at 4:42 PM

ନୂଆଦିଲ୍ଲୀ: ପୁଣିଥରେ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଘଟିଛି। ଏଥର ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଆମେରିକା ବିମାନରେ ଏଭଳି ଘଟଣା ଘଟିଛି। ବିମାନ ଦିଲ୍ଲୀରେ ଲ୍ୟାଣ୍ଡିଂ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ଆର୍ଯ୍ୟ ଭୋହ୍ରା। ସେ ଆମେରିକାର ଏକ ୟୁନିଭର୍ସିଟିର ଛାତ୍ର ବୋଲି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଦାୟିତ୍ୱରେ ଥିବା ଡିସିପି କହିଛନ୍ତି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିିପି ସୂଚନା ଦେଇଛନ୍ତି।  

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାତି ୯.୧୬ ମିନିଟ୍‌ରେ ଆମେରିକା ବିମାନ ଏଏ୨୯୨ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ୧୪ ଘଣ୍ଟା ୨୬ ମିନିଟ୍‌ର ଦୀର୍ଘ ଯାତ୍ରା ପରେ ଶନିବାର ରାତି ୧୦.୧୨ ମିନିଟ୍‌ରେ ବିମାନଟି ଦିଲ୍ଲୀରେ ଅବତରଣ କରିଥିଲା।

ଏହି ବିମାନରେ ନିଶାଶକ୍ତ ଅବସ୍ଥାରେ ଯାତ୍ରା କରୁଥିଲେ ଆର୍ଯ୍ୟ ଭୋହ୍ରା। ସେ ନିଶାରେ ଶୋଇଥିବା ବେଳେ ତାଙ୍କ ଅଜାଣତରେ ପରିସ୍ରା ହୋଇଯାଇଥିଲା। କୌଣସିମତେ ପରିସ୍ରା ଲିକ୍ ହୋଇ ଜଣେ ପୁରୁଷ ସହଯାତ୍ରୀଙ୍କ ଉପରେ ପଡ଼ିଥିଲା। ଏହାପରେ ସହଯାତ୍ରୀ କ୍ରୁ ମେମ୍ବରଙ୍କ ପାଖରେ ଅଭିଯୋଗ କରିଥିଲେ। ମାମଲା ସାମ୍ନାକୁ ଆସିବା ପରେ ଆର୍ଯ୍ୟ ଉକ୍ତ ସହଯାତ୍ରୀଙ୍କୁ କ୍ଷମା ମାଗିଥିଲେ। ଉକ୍ତ ଯାତ୍ରୀ ମଧ୍ୟ ଥାନାରେ ଅଭିଯୋଗ କରିବାକୁ ମନା କରିଦେଇଥିଲେ।

ହେଲେ ବିମାନର କ୍ରୁ ମେମ୍ବର ଜାଣିବା ପରେ ମାମଲା ଆଗକୁ ବଢ଼ିଥିଲା। ସେମାନେ ପାଇଲଟକୁ ସୂଚନା ଦେବା ପରେ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ(ଏଟିସି)ଙ୍କୁ ସୂଚନା ଦେଇଥିଲେ। ଏହାପରେ ଏଟିସି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସିଆଇଏସ୍ଏଫ୍‌କୁ ସୂଚନା ଦିଆଯାଇଥିଲା। ରାତି ୧୦.୧୨ ମିନିଟରେ ବିମାନ ଲ୍ୟାଣ୍ଡ କରିବା ପରେ ଆର୍ଯ୍ୟ ଭୋହ୍ରାଙ୍କୁ ଗିରଫ କରାଯାଇଥିଲା।

ଏହି ଘଟଣାକୁ ନେଇ ଆମେରିକା ଏୟାର ଲାଇନ୍ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆର୍ଯ୍ୟ କ୍ରୁ ସଦସ୍ୟଙ୍କ ସହ ବେତଣ୍ଡା ତର୍କ କରୁଥିଲେ। ଶିଟ୍‌ରେ ବସୁ ନଥିଲେ। ବିମାନରେ ଯାତ୍ରୀଙ୍କ ଜୀବନ ବିପଦରେ ପକାଇଥିଲେ ବୋଲି ଆମେରିକା ଏୟାର୍‌ଲାଇନ୍ ଅଭିଯୋଗ କରିଛି। ଭବିଷ୍ୟତରେ କେବେ ବି ଆର୍ଯ୍ୟଙ୍କୁ ବିମାନ ଯାତ୍ରା କରିବାକୁ ଦିଆଯିବ ନାହିଁ ବୋଲି ଏୟାର୍‌ ଲାଇନ୍ କହିଛି।

ସେହିପରି ଡିଜିସିଏ ମଧ୍ୟ ଘଟଣାରେ ପ୍ରତିକ୍ରିୟା ଦେଇ ଆମେରିକା ଏୟାର ଲାଇନ ମାମଲାକୁ ଠିକ୍ ଭାବରେ ସମ୍ଭାଳିଛି ଓ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନକୁ ନେଇଛି ବୋଲି କହିଛି।

ସୂଚନା ଥାଉକି, ୨୦୨୨ ନଭେମ୍ବର ମାସରେ ଏୟାର ଇଣ୍ଡିଆ ବିମାନରେ ଏଭଳି ଏକ ଘଟଣା ଘଟିଥିଲା। ଏହି ବିମାନଟି ମଧ୍ୟ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲା। ଏହି ବିମାନରେ ଶଙ୍କର ମିଶ୍ର ନାମକ ଏକ ବ୍ୟକ୍ତି ଜଣେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ମଦ ନିଶାରେ ପରିସ୍ରା କରିଦେଇଥିଲେ। ହେଲେ ଘଟଣା ଘଟିବାର ୧୨ ଘଣ୍ଟା ବିତିଯାଇଥିଲେ ବି ମାମଲା ସମ୍ପର୍କରେ ଜଣାଇ ନ ନଥିବାରୁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷର ଫାଇନ୍ କରିଥିଲା ଡିଜିସିଏ। ସେହିପରି ଶଙ୍କର ମିଶ୍ର ମଧ୍ୟ ମାସେ ଜେଲ୍‌ରେ ରହିବା ପରେ ବେଲ୍ ପାଇ ଥାନାରୁ ମୁକୁଳିଥିଲେ।

   Related Posts