Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପୋଲାଣ୍ଡକୁ ୧୦ ବିଲିୟନ ଡଲାରର କ୍ଷେପଣାସ୍ତ୍ର ଦେବ ଆମେରିକା, ରୁଷ-ୟୁକ୍ରେନ ଯୁଦ୍ଧକୁ ନଜରରେ ରଖି ନିଷ୍ପତ୍ତି

8/02/2023 at 5:32 PM

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ଯୁଦ୍ଧ ମଧ୍ୟରେ ଆମେରିକା ପୋଲାଣ୍ଡକୁ ୧୦ ବିଲିୟନ ଡାଲରର ହତିଆର ଯୋଗାଇବ । ପୋଲାଣ୍ଡକୁ ଆମେରିକା ନିଜର ଅତ୍ୟାଧୁନିକ ରକେଟ୍ ଲଞ୍ଚର, ମିଶାଇଲ ଏବଂ ଅନ୍ୟ ହତିଆର ଦେବ । ଏହି ପ୍ୟାକେଜରେ ୧୮ ହାଇ ମୋବିଲିଟି ଆର୍ଟିଲରୀ ରକେଟ୍ ସିଷ୍ଟମ, ୪୫ ଆର୍ମି ଟେକ୍ନିକଲ ମିଶାଇଲ ସିଷ୍ଟମ, ଗାଇଡେଡ୍ ମିଲ୍ଟିପଲ ଲଞ୍ଚ ରକେଟ୍ ସିଷ୍ଟମ ଏବଂ ଅନ୍ୟ ଉପକରଣ ସାମିଲ ରହିଛି । ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପୋଲାଣ୍ଡ ନିଜର ସାମରିକ ଶକ୍ତିକୁ ଅଧିକ ମଜଭୂତ କରିବା ପାଇଁ ପ୍ରୟାସ କରୁଛି ।  

ଏହି ବିକ୍ରିରେ ହାଇ ମୋବିଲିଟି ଆର୍ଟିଲରୀ ରକେଟ୍ ସିଷ୍ଟମ (HIMARS) ମଧ୍ୟ ସାମିଲ ରହିଛି । କିଭ୍ ଏହି ମିଶାଇଲ ଗୁଡିକର ପ୍ରୟୋଗ କରି ରୁଷର କମାଣ୍ଡର ପୋଷ୍ଟ ଗୁଡିକୁ ନଷ୍ଟ କରିଥିଲା । ଏହାର ରେଞ୍ଜ ୨୯୭ କିଲୋମିଟର ଦୂର ଯାଏଁ ରହିଛି । ତେବେ ଏହା ପୂର୍ବରୁ ୟୁକ୍ରେନକୁ ଆମେରିକା ଏଟିଏସିଏମଏସ ଦେବାକୁ ମନା କରିଦେଇଥିଲା । ପୋଲାଣ୍ଡକୁ ମଧ୍ୟ କିଛି ସର୍ତ୍ତ ସହ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଦେଇଛି ଆମେରିକା ।

ଆମେରିକାର ବିଦେଶ ମନ୍ତ୍ରାଳୟ ଅନୁସାରେ, ଏହି ପ୍ୟାକେଜ ଆର୍ଥିକ ବିକାଶ ସହ ରାଜନୈତିକ ସ୍ଥିରତା ପାଇଁ ନାଟୋ ସହଯୋଗୀକୁ ବଳ ପ୍ରଦାନ କରିବ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ନଜରରେ ରଖି ଆମେରିକା ଅନ୍ୟ ଦେଶ ଗୁଡିକୁ ମଧ୍ୟ ହତିଆର ଯୋଗାଣ ବଢାଇଛି । ଜର୍ମାନି ଏବଂ ପୋଲାଣ୍ଡ ସହ ଅନେକ ପାଶ୍ଚ୍ୟାତ ଦେଶ ସହ ପ୍ରତିରକ୍ଷା ଚୁକ୍ତିକୁ ବଢାଇ ଦେଇଛି ।

   Related Posts