scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମେରିକା ଇତିହାସରେ ଭୟଙ୍କର ଅଗ୍ନିକାଣ୍ଡ; ମୃତକଙ୍କ ସଂଖ୍ୟା ୮୯ ପାର୍, ଲହାଇନା ସହର ଛାରଖାର

13/08/2023 at 12:51 PM

ନୂଆଦିଲ୍ଲୀ: ଆମେରିକା ଇତିହାସରେ ଭୀଷଣ ଅଗ୍ନିକାଣ୍ଡ । ୧୦୦ ବର୍ଷ ମଧ୍ୟରେ ଜଙ୍ଗଲରେ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ଆଁ ଭିତରେ ଆସିଛି ଅନେକ ସହର । ମୃତକଙ୍କ ସଂଖ୍ୟା ୮୯ ପାର୍ କରିଥିବା ବେଳେ ମାଉଇ ସହର ସମ୍ପୂର୍ଣ୍ଣ ଛାରଖାର୍ ହୋଇଛି । ଦୁଇ ହଜାରରୁ ଅଧିକ ବିଲ୍ଡିଂ ପୋଡିଯାଇଛି । ଭୀଷଣ ଅଗ୍ନିକାଣ୍ଡ ପାଇଁ ଆମେରିକା ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି ।

ଆମେରିକାର ହାଓ୍ବାଇ ଦ୍ବୀପରେ ଭୟବହ ଅଗ୍ନିକଣ୍ଡା ହୋଇଛି । ଜଙ୍ଗଲ ନିଆଁରେ ଅନେକ ସହର ଜଳିପୋଡି ଯାଇଛି । ବିଶେଷ କରି  ମାଉଇ ସହର ସହିତ ଦୁଇଟି ଅନ୍ୟ ସ୍ଥାନରେ ମଧ୍ୟ ନିଆଁ ଲାଗିଛି । ଏହା ଆମେରିକା ଇତିହାସରେ ସବୁଠାରୁ ଘାତକ ନିଆଁ । ମାଉଇର କିହେଇ ଓ ପାହାଡୀ ଇଲାକା ମଧ୍ୟ ଜଙ୍ଗଲ ନିଆଁରେ ଜଳୁଛି । ପଶ୍ଚିମ ମାଉଇର ଏକ ତଟବର୍ତ୍ତୀ ଅଞ୍ଚଳ କାନାପାଲି ଶୁକ୍ରବାର ସଂଧ୍ୟାରେ ଚତୁର୍ଥ ଥର ପାଇଁ ନିଆଁ ଲଗିଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ  ।

ହାଓ୍ବାଇ ଦ୍ବୀପର ଲହାଇନା ସହର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି । ଏଥିରେ ହଜାରରୁ ଅଧିକ ଜଳିପୋଡ଼ି ପାଉଁଶ ହୋଇଯାଇଛି । ବିଲ୍ଡିଂ ଗୁଡ଼ିକ ନିଆଁର ଆଁ ଭିତରକୁ ଆସିଛି । ଜନଶୂନ୍ୟ ହୋଇଯାଇଛି ସହର । ହଜାରେରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ସନ୍ଧାନୀ କୁକୁର ଦ୍ବାରା ସେମାନଙ୍କୁ ଖୋଜା ଚାଲିଛି । ଅଗ୍ନିକାଣ୍ଡରେ ଆହତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍ ଅଭାବ ଦେଖାଦେଲାଣି । ଏପର୍ଯ୍ୟନ୍ତ ସହରରୁ ୧୧ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଜଙ୍ଗଲ ନିଆଁରେ ଅନେକ ଐତିହାସିକ କୀର୍ତ୍ତିରାଜି ଓ କୋଠା ସମେତ ବଡ଼ ବଡ଼ ହୋଟେଲ ପୋଡି ଛାରଖାର ହୋଇ ଯାଇଛି । ଏପରିକି ବନ୍ଦର ଅଞ୍ଚଳରେ ଥିବା ବୋଟ୍ ମଧ୍ୟ ପୋଡି ଯାଇଛି । ପ୍ରାୟ ୨୭୦ରୁ ଅଧିକ ପର୍ଯ୍ୟଟନସ୍ଥଳି ଧ୍ବଂସ ସ୍ତୁପରେ ପରିଣତ ହୋଇଛି । ଦ୍ବୀପର ୮୦ ପ୍ରତିଶତ ସ୍ଥାନ ନିଆଁର ଆଁ ଭିତରକୁ ଆସିଛି ।

   Related Posts