ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି କୋବିନ୍ଦଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଅନଫଲୋ କଲା ହ୍ୱାଇଟ୍ ହାଉସ୍, ପରେ ଦେଲା ସଫେଇ

Published By : Prameya-News7 Bureau | April 30, 2020 IST

ନୂଆଦିଲ୍ଲୀ, ୩୦|୦୪:  ହ୍ୱାଇଟ୍ ହାଉସ୍ ଗତ କିଛିଦିନ ତଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିଥିଲା । କିନ୍ତୁ ଏବେ ଆକାଉଣ୍ଟକୁ ଅନଫଲୋ କରିଦେଇଛି । ଯାହାକୁ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସଫେଇ ଦିଆଯାଇଛି । ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ଅନ୍ୟ ଦେଶର ଅଧିକାରୀଙ୍କ ଟ୍ୱିଟର ଆକାଉଣ୍ଟକୁ ଅଳ୍ପ ସମୟ ପାଇଁ ଫଲୋ କରାଯାଇଥାଏ । ଯେପରି ଅନ୍ୟ ଅଧିକାରୀଙ୍କ ଟ୍ୱିଟକୁ ରିଟ୍ୱିଟ୍ କରାଯାଇ ପାରିବ ।

ଫେବ୍ରୁଆରୀ ଶେଷ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ ସମୟରେ ଦ୍ୱାଇଟ୍ ହାଉସର ଟ୍ୱିଟର୍ ହାଣ୍ଡେଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ଫଲୋ କରିଥିଲା । କିନ୍ତୁ ଚଳିତ ସପ୍ତାହର ଆରମ୍ଭରେ ଦ୍ୱାଇଟ୍ ହାଉସ ପକ୍ଷରୁ ୬ଟି ଆକାଉଣ୍ଟକୁ ଅନଫଲୋ କରାଯାଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହ୍ୱାଇଟ୍ ହାଉସର ଟ୍ୱିଟର ଆକାଉଣ୍ଟ ସାଧାରଣତଃ ଆମେରିକା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଫଲୋ କରିଥାଏ ।

ତେବେ ହ୍ୱାଇଟ୍ ହାଉସ୍ ତରଫରୁ ଭାରତୀୟ ନେତାଙ୍କ ଆକାଉଣ୍ଟକୁ ଅନଫଲୋ କରିବା ପରେ ସୋସିଆଲ ମିଡିଆରେ ନାନା ପ୍ରତିକ୍ରିୟା ଦେଖିବାକୁ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।  ଆମେରିକା ଅନ୍ୟ କୌଣସି ଦେଶ ବା ଏହାର ରାଷ୍ଟ୍ରମୁଖ୍ୟଙ୍କୁ ଫଲୋ କରିନଥାଏ । ତେବେ ଏହା ଭାରତର ନେତା ଓ ଅଧିକାରୀଙ୍କୁ ଫଲୋ କରିଥିଲା । ଏବେ ହ୍ୱାଇଟ୍ ହାଉସ୍ ଆମେରିକା ବ୍ୟତୀତ ଅନ୍ୟ କୌଣସି ଦେଶର ନେତାଙ୍କୁ ଫଲୋ କରୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.