oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ପାଣି ପାଇଁ ହା ହା କାର ଆମେରିକାବାସୀ, ବରଫ ତରଳାଇ ପିଉଛନ୍ତି ଦେଢ଼ କୋଟି ଲୋକ

20/02/2021 at 3:10 PM

ନୂଆଦିଲ୍ଲୀ, ୨୦/୦୨: ଆମେରିକାର ଟେକ୍ସାସ୍‌ରେ ପାଖାପାଖି ଦେଢ଼ କୋଟି ଲୋକଙ୍କୁ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି । ରାଜ୍ୟରେ ୧୦-୧୧ ଫେବୃଆରୀରେ ଆସିଥିବା ବରଫ ଝଡ଼ରେ ଇଲେକ୍ଟ୍ରିସିଟି ଗ୍ରିଡ୍‌ ଫେଲ୍‌ ହୋଇଯାଇଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ଘର କିଛି ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିବା ଜଣାପଡ଼ିଛି । ଏଥିସହିତ ବିନା ହିଟରରେ ଲେକଙ୍କୁ ରହିବାକୁ ପଡ଼ୁଛି । ଅତ୍ୟଧିକ ଥଣ୍ଡା କାରଣରୁ ପାଣି ସପ୍ଲାଇ ହେଉଥିବା ପାଇପ୍‌ ଫାଟି ଯାଇଥିଲା । ଫଳରେ ଲୋକମାନେ ବିନା ପାଣିରେ ରହୁଛନ୍ତି ।

texas water outages

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ, ପାଣିର ସପ୍ଲାଇ ହୋଇନପାରିବାରୁ ଲୋକେ ବରଫକୁ ଏକାଠି କରି ଏବଂ ତାକୁ ଗରମ କରି ପାଣିରେ ପରିଣତ କରୁଛନ୍ତି ଏବଂ ସେହି ପାଣିକୁ ବ୍ୟବହାର କରି ସେମାନେ ଚଳୁଛନ୍ତି । କିଛି ଲୋକ ବୋତଲ ବନ୍ଦ ପାଣି ଉପରେ ମଧ୍ୟ ନିର୍ଭର କରୁଛନ୍ତି । ପାଣି ବୋତଲ୍‌ ପାଇଁ ଲମ୍ୱାଲାଇନ୍‌ ମଧ୍ୟ ଦେଖିବାକୁ ମିଳିଛି ।

texas water outages

କହିରଖୁଛୁ ଯେ, ଆମେରିକାର ଟେକ୍ସାସ୍‌ ରାଜ୍ୟରେ ପାଖାପାଖି ୨.୯ କୋଟି ଲୋକ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅଧା ଲୋକ ଏବେ ପାଣି ସମସ୍ୟା ଦେଇ ଗତି କରୁଛନ୍ତି ।

texas water outages

ରିପୋର୍ଟ ଅନୁସାରେ ରାଜ୍ୟର ଏକ ବଡ଼ ଭାଗରେ ୫ ଦିନ ପର୍ଯ୍ୟନ୍ତ ବିଜୁଳି ନଥିଲା । ପ୍ରଶାସନର ଚେଷ୍ଟା ପରେ ରାଜ୍ୟର ପାୱାର ପ୍ଲାଣ୍ଟ ଗୁଡ଼ିକ ଚାଲୁ ହୋଇଥିଲା । କିନ୍ତୁ ପାଖାପାଖି ୨ଲକ୍ଷ ଘରେ ଶୁକ୍ରବାର ସକାଳ ସୁଦ୍ଧା ବିଜୁଳି ସପ୍ଲାଇ ହୋଇ ପାରିନଥିବା ଜଣାପଡ଼ିଛି । ତେବେ ବରଫ ଗରମ କରି ପିଉଥିବା ପାଣି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି କିଛି ଏକ୍ସପର୍ଟ ମତ ଦେଇଛନ୍ତି ।        

   Related Posts