ସ୍ବିଡେନ୍ ଓ ଆମେରିକାରେ ଗର୍ଜିଲା ବନ୍ଧୁକ; ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୩ ମୃତ, ୪ ଆହତ

Published By : Prameya-News7 Bureau | June 11, 2023 IST

ନୂଆଦିଲ୍ଲୀ: ଆମେରିକାରେ ବଢ଼ୁଛି ହିଂସା । ବାରମ୍ବାର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ଆମେରିକାର ମିସୌରୀ ପ୍ରାନ୍ତର କଂସାସ ସହରରେ ପୁଣି ଗୁଳି ବିନିମୟ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ୨ଜଣଙ୍କ ଜୀବନ ଯାଇଛି। ସେହିପରି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହାତ ହୋଇଛନ୍ତି । ଅନ୍ୟପଟେ ସ୍ବିଡେନ୍ ରାଜଧାନୀ ଷ୍ଟକହୋମରେ ମଧ୍ୟ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି ।

wp:embed {"url":"https://www.prameyanews7.com/the-body-of-an-unidentified-old-man-was-found-in-a-mango-grove/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-body-of-an-unidentified-old-man-was-found-in-a-mango-grove/
/wp:embed

ନ୍ୟୁଜ୍ ଏଜେନ୍ସି APର ରିପୋର୍ଟ ମୁତାବକ, ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଆମେରିକାର କଂସାସ ସହର ମୈକଡାନଲ୍ଡସ ରେସ୍ତୋରାଁ ପାଖରେ ଗୁଳିକାଣ୍ଡ ହୋଇଛି । ମିସୌରୀ ଷ୍ଟାଟ୍ ହାଉଓ୍ବା ପେଟ୍ରୋଲର ମୁଖପାତ୍ର ସାର୍ଜେଟ୍ ଆଣ୍ଡି ବେଲ୍ କହିଛନ୍ତି, ୫ଜଣ ବ୍ୟକ୍ତି ଜଣେ ଅଧିକାରୀଙ୍କ ପାଖକୁ ଆସିଲେ ଏବଂ ଭ୍ୟାନରେ ବସିଥିବା ୩ଜଣଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

wp:embed {"url":"https://www.prameyanews7.com/at-least-27-people-were-killed-in-old-bomb-exploded-in-somalia/","type":"wp-embed","providerNameSlug":"prameya-news-7"}
https://www.prameyanews7.com/at-least-27-people-were-killed-in-old-bomb-exploded-in-somalia/
/wp:embed

ସେହିପରି ସ୍ବିଡେନ୍ ରାଜଧାନୀରେ ମଧ୍ୟ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି । ଶନିବାର ଦକ୍ଷିଣ ଷ୍ଟକହୋମର ଏକ ଚୌକ୍ ନିକଟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳିକାଣ୍ଡରେ ମୋଟ୍ ୪ଜଣ ଆହତ ହୋଇଥିଲେ । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ୧୫ ବର୍ଷିୟ ନାବାଳକଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଅନ୍ୟ ୩ଜଣଙ୍କ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.