scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତରେ ଗଣତନ୍ତ୍ର ବିପଦରେ; ରାହୁଲଙ୍କୁ ଆଇନା ଦେଖାଇଲା ଆମେରିକା !

6/06/2023 at 9:22 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ୱା ଶାସକ ବିଜେପିରୁ କେହି ନୁହେଁ ଏଥର ରାହୁଲ ଗାନ୍ଧୀଙ୍କୁ ନିଜେ ଆମେରିକା ହିଁ ଜବାବ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ଼ ବୟାନ ଦେଇ କହିଛି ଯେ ଭାରତ ଏକ ଜୀବନ୍ତ ଗଣତନ୍ତ୍ର ଅଟେ । ଯେ କେହି ମଧ୍ୟ ଭାରତ ଯାଇ ଏହାକୁ ଅନୁଭବ କରିପାରିବ । ଆମେରିକାର ଏହି ବାୟନକୁ ରାହୁଲ ଗାନ୍ଧୀଙ୍କ ବୟାନ ସହ ଯୋଡି ଦେଖାଯାଉଛି । ଏହା ରାହୁଲଙ୍କୁ ଆଇନ ଦେଖାଇବା ପରି ଅଟେ । ଦୁନିଆର ସବୁଠୁ ଅର୍ଥବ୍ୟବସ୍ଥା ନାଁ ନନେଇ ଭାରତର ଗଣତନ୍ତ୍ର ଉପରେ ରାହୁଲଙ୍କ ନେରେଟିଭକୁ ଖଣ୍ଡନ କରିଛି । ଏଥିସହ ଏହା ମଧ୍ୟ ସ୍ପଷ୍ଟ ସନ୍ଦେଶ ଯେ ରାହୁଲ ବିଦେଶ ଯାଇ ଯେଉଁ ବୟାନ ଦେଉଛନ୍ତି, ତାର ଅନ୍ତରାଷ୍ଟ୍ରୀୟ ସ୍ତରରେ କୌଣସି ଫରକ ପଡେ ନାହିଁ । ଆମେରିକାର ବୟାନରୁ ସ୍ପଷ୍ଟ ହେଉଛି ଯେ ସେ ରାହୁଲ ଗାନ୍ଧୀଙ୍କ ବୟାନକୁ ଗୁରୁତ୍ୱ ଦେଉ ନାହିଁ ।

ରାହୁଲ ଗାନ୍ଧୀ ଛଅ ଦିନିଆ ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାନ କରିଛନ୍ତି । ନ୍ୟାସନାଲ ପ୍ରେସ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଭାରତରେ ଗଣତନ୍ତ୍ର ପାଇଁ ଲଢେଇ ଲଢିବା ଆମ କାମ ଏବଂ ଆମେ ତାହା କରି ଚାଲିଛୁ । ଏହା ଏପରି ଏକ ପ୍ରସଙ୍ଗ, ଯାହାକୁ ଆମେ ବୁଝୁଛୁ । ଯାହାକୁ ଆମେ ସ୍ୱିକାର କରୁଛୁ । ଏକ କାର୍ଯ୍ୟକ୍ରମରେ ସେ କହଥିଲେ ଯେ ଭାରତର ଗଣତନ୍ତ୍ର ସାରା ବିଶ୍ୱର ଲୋକହିତ ସହ ଜଡିତ । ଯଦି ଏହା ନରହେ ତେବେ ସାରା ଦୁନିଆ ଉପରେ ପ୍ରଭାବ ପଡ଼ିବ । ଆମେରିକାରେ ବାସ କରୁଥିବା ଭାରତୀୟଙ୍କୁ ଭାରତ ଫେରିବା ପାଇଁ ରାହୁଲ ଅପିଲ କରି ଭାରତୀୟ ସମ୍ୱିଧାନର ସୁରକ୍ଷାରେ ଠିଆ ହେବା ପାଇଁ କହିଥିଲେ । କଂଗ୍ରେସ ନେତା ପୂର୍ବରୁ ମଧ୍ୟ ବିଦେଶ ମାଟିରୁ ଭାରତୀୟ ଗଣତନ୍ତ୍ର ବିପଦରେ ଥିବା କହିସାରିଛନ୍ତି ।

ପଢନ୍ତୁ: ରେଳ ଦୁର୍ଘଟଣା ଦେଇଛି ମାନସିକ ଆଘାତ; NDRF ଯବାନଙ୍କୁ ପାଣି ଦେଖାଯାଉଛି ରକ୍ତ ଭଳି, ଲାଗୁନି ଭୋକ

ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରେସ କନଫରେନ୍ସରେ ସାମ୍ୱାଦିକା ଆସମା ଖାଲିଦ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ କରିଥିଲେ । ଏହାର ଜବାବରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସଦସ୍ୟ ଜନ କିର୍ଭି କହିଛନ୍ତି, ‘ଭାରତ ଏକ ଜୀବନ ଗଣତନ୍ତ୍ର । ଯେ କହି ଭାରତ ଯାଇ ଏହାକୁ ଅନୁଭବ କରିପାରିବ । ନିଶ୍ଚିତ ରୂପେ ମୁଁ ଆଶାବାଦୀ ଯେ ଗଣତନ୍ତ୍ରିକ ସଂସ୍ଥାନର ଶକ୍ତି ଏବଂ ସ୍ଥିତି ଚର୍ଚ୍ଚାର ବିଷୟ ହେବ’।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୧ରୁ ୨୪ ଯାଏ ଆମେରିକା ଗସ୍ତରେ ରହିବେ । ଏହି ଗସ୍ତରେ ସେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବେ । ଆମେରିକା ରାଷ୍ଟ୍ରପତି ଏବଂ ପ୍ରଥମ ମହିଳା ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱତନ୍ତ୍ର ଆୟୋଜନ କରିବେ । ଜୁନ ୨୨ରେ ପିଏମ ମୋଦୀଙ୍କ ପାଇଁ ରାଜକୀୟ ରାତ୍ରୀଭୋଜନର ଆୟୋଜନ କରାଯିବ ।

Also Read: AIକୁ ନେଇ ଗୀତା ଗୋପିନାଥଙ୍କ ଚେତାବନୀ, ନିୟନ୍ତ୍ରଣ ପାଇଁ ନିୟମ ଆଣିବାକୁ କଲେ ଅପିଲ୍

   Related Posts