‘ଲ୍ୟାବ୍‌ରେ ହିଁ ତିଆରି ହୋଇଛି କୋଭିଡ-୧୯’, ଉହାନ ରିସର୍ଚ୍ଚ ସେଣ୍ଟରର ପୂର୍ବତନ ବୈଜ୍ଞାନିକଙ୍କ ବଡ଼ ଖୁଲାସା

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: କୋଭିଡ-୧୯କୁ ନେଇ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ । କରୋନା ଭୂତାଣୁ ପ୍ରାକୃତିକ ନୁହେଁ, ମନୁଷ୍ୟ କୃତ। ଚୀନର ଉହାନ ଲ୍ୟାବରୁ ଏହି ଭାଇରସ୍ ଲିକ୍ ହୋଇଥିଲା । ପରେ ଯାହା ସାରା ବିଶ୍ବକୁ ନିଜ କାୟା ଭିତରକୁ ନେଇଥିଲା ଭୂତାଣୁ । ଏଭଳି କିଛି ଲୋମଟାଙ୍କୁରା ତଥ୍ୟ ଦେଇଛନ୍ତି ଆମେରିକାର ମହାମାରୀ ବିଜ୍ଞାନୀ ଆଣ୍ଡ୍ରିୟୁ ହକ୍ ।

ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ମହାମାରୀ ବିଜ୍ଞାନୀ ହଫ୍ ନିଜ ବହି ‘ଦି ଟ୍ରୁଥ୍ ଅବାଉଟ୍ ଉହାନ’ରେ ଏହି ତଥ୍ୟ ଦେଇଛନ୍ତି । କୋଭିଡ-୧୯ ଭାଇରସ୍ ପ୍ରାକୃତିକ ନୁହେଁ ବରଂ ଏହା ଏକ ମଣିଷ ତିଆରି ଭୂତାଣୁ ବୋଲି ସେ ଉଲ୍ଲେଖ କରିଛନ୍ତି । ଚୀନର ବିବାଦୀୟ ରିସର୍ଚ୍ଚ ସେଣ୍ଟରରେ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଏହି ମାରାତ୍ମକ ଭୂତାଣୁକୁ ନେଇ ଗବେଷଣା କରାଯାଉଥିଲା । ଲମ୍ବା ସମୟର ରିସର୍ଚ୍ଚ ପରେ ଲ୍ୟାବ୍‌ରୁ ଭୂତାଣୁ ଲିକ୍ ହୋଇଛି ବୋଲି ହଫ୍ ଉଲ୍ଲେଖ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ଭୂତାଣୁ ରିସର୍ଚ୍ଚ ପାଇଁ ଆମେରିକା ଫଣ୍ଡିଂ କରୁଥିଲା ବୋଲି ଦାବି କରିଛନ୍ତି ଆଣ୍ଡ୍ରିୟୁ ।

ତେବେ ବହିର କିଛି ରିପୋର୍ଟ ବ୍ରିଟେନର ‘ଟାବଲାଏଡ୍ ଦି ସନ’ରେ ମଧ୍ୟରେ ପ୍ରକାଶ ପାଇଥିଲା । ହଫ୍ ନ୍ୟୁୟର୍କର ଇକୋହେଲ୍ଥ  ଏଲାୟାନ୍ସ ସେଣ୍ଟର ପୂର୍ବତନ ଅଧ୍ୟକ୍ଷକ । ଯିଏ  ସଂକ୍ରାମକ ରୋଗ ଉପରେ ରିସର୍ଚ୍ଚ କରନ୍ତି । ହଫ୍ ଦାବି କରିଛନ୍ତି ଚୀନ୍ 'ଜେନ୍-ଅଫ୍-ଫଂକ୍ସନ' ଭଇରସ୍ ରିସର୍ଚ୍ଚକୁ ସୁରକ୍ଷିତ ଭାବେ କରିନଥିଲା । ଫଳରେ ଉହାନ ଲ୍ୟାବରୁ କୋଭିଡ୍-୧୯ ଭାଇରସ୍ ଲିକ୍ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.