scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖୋଲିଲା ପଡୋଶୀ ଦେଶର ଅସଲ ମୁଖା ! ବାଇଡେନ୍ କହିଲେ- ଦୁନିଆର ସବୁଠୁ ବିପଦଜ୍ଜନକ ଦେଶ ହେଉଛି ପାକିସ୍ତାନ

15/10/2022 at 11:58 AM

ନୂଆଦିଲ୍ଲୀ: ସାରା ଦୁନିଆରେ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ପାକିସ୍ତାନକୁ ହେଉଛି ଦୁନିଆର ସବୁଠୁ ବିପଦଜ୍ଜନକ ଦେଶ। ଆଣବିକ ଅସ୍ତ୍ର ଶସ୍ତ୍ରର ଭଣ୍ଡାରକୁ ନେଇ ପାକିସ୍ତାନ ପ୍ରତି ଏମିତି ବିଷୋଦଗାର କରିଛନ୍ତି ଆମେରିକା ରାଷ୍ଟ୍ରପତି। ସେ କହିଛନ୍ତି ପାକିସ୍ତାନରେ ସେନା ଏବଂ ସରକାର ମଧ୍ୟରେ କୌଣସି ତାଳମେଳ କି ସମନ୍ଵୟ ନାହିଁ। ଏଥିପାଇଁ ଏହି ଦେଶ ଦୁନିଆ ପାଇଁ ବଡ ବିପଦ ସାଜିପାରେ।

ଡେମୋକ୍ରାଟିକ୍ସ କନଫରେନ୍ସ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ପାକିସ୍ତାନର ସେନା ଏବଂ ସରକାର ମଧ୍ୟରେ ଉତ୍ତମ ସମନ୍ଵୟ ନାହିଁ। ପୁଣି ଏହି ଦେଶରେ ଆଣବିକ ଅସ୍ତ୍ରର ଭଣ୍ଡାର ରହିଛି। ସେହି ଦୃଷ୍ଟିରୁ ଏହି ଦେଶ ସମଗ୍ର ଦୁନିଆ ପାଇଁ ବଡ ବିପଦ ସାଜିପାରେ। ଆମକୁ ଏହି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ବାଇଡେନ କହିଛନ୍ତି।

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ବାଇଡେନ୍ ପାକିସ୍ତାନ ବିପକ୍ଷରେ ବୟାନ ଦେଉଥିବା ବେଳେ ଅନ୍ୟପଟେ ଆମେରିକା ତରଫରୁ ଅସ୍ତ୍ର ଶସ୍ତ୍ର ଯୋଗାଣ ଲଗାତାର ଜାରି ରହିଛି। ସୈନ୍ୟ ସହାୟତା ବ୍ୟତୀତ ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା ଏବଂ ଆଇଏମଏଫରେ ପଛ ଦ୍ଵାରରୁ ସାହାଯ୍ୟ ଯୋଗାଉଛି।

ଏହା ବ୍ୟତୀତ ୟୁକ୍ରେନକୁ ୭୨୫ ମିଲିୟନ ଡଲାରର ଅତିରିକ୍ତ ସୈନ୍ୟ ସହାୟତା ଦେବାକୁ ଘୋଷଣା କରିଛନ୍ତି ଜୋ ବାଇଡେନ୍। ଏ ସଂଦର୍ଭରେ ରୁଷ ତରଫରୁ ବୟାନ ଅଦ୍ୟାବଧି ଆସିନାହିଁ। ଉଲ୍ଲେଖନୀୟ ୟୁକ୍ରେନ ସଙ୍କଟ ମଧ୍ୟରେ ରୁଷ ପାଶ୍ଚାତ୍ୟ ଦେଶ ସମେତ ଆମେରିକାକୁ ପରମାଣୁ ଆକ୍ରମଣର ଚେତାବନୀ ଦେଇ ସାରିଛି। ଅନ୍ୟପକ୍ଷେ ନାଟୋ ଦେଶ ତରଫରୁ ଅନେକ ଆଣବିକ ଅସ୍ତ୍ର ଶସ୍ତ୍ରକୁ ପ୍ରସ୍ତୁତ କରି ରଖାଯାଇଛି।

   Related Posts