suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଜୋ ବାଇଡେନ, ସୁନକ, କିଶିଦା ଓ ଶେଖ୍ ହସିନା; ଜାଣନ୍ତୁ ପହଞ୍ଚିଛନ୍ତି ଆଉ କେଉଁ ନେତା

8/09/2023 at 7:04 PM

Joe Biden

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ଦେଶର ବଡ଼ ବଡ଼ ନେତା। ଏମାନଙ୍କ ମଧ୍ୟରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ।

ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ:

ଜି ୨୦ ସମ୍ମିଳନୀରେ ସାମିଲ୍‌ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶୁକ୍ରବାର ସନ୍ଧ୍ୟା ୬:୫୫ ମିନିଟ୍‌ରେ ଜୋ ବାଇଡେନ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ବିମାନବନ୍ଦରରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

ପହଞ୍ଚିଲେ ରୁଷି ସୁନକ

ଜି ୨୦ରେ ସାମିଲ ହେବା ପାଇଁ ଶୁକ୍ରବାର ଦ୍ବିପ୍ରହରରେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ତାଙ୍କୁ ସ୍ବାଗତ ଜଣାଇଥିଲେ। ଖାଲି​‌ ସେତିକି ନୁହେଁ ଭରାତୀୟ ବଂଶୋଦ୍ଭବ ଋଷି ସୁନକ ମଧ୍ୟ ଜୟ ସୀତାରାମ କହି ଅଭିବାଦନ ଜଣାଇଥଲେ କେନ୍ଦ୍ରମନ୍ତ୍ରୀ। ପ୍ରତି ଉତ୍ତରରେ ଋଷି ସୁନକ ମଧ୍ୟ ଜୟ ସୀତାରାମ କହିଥିଲେ।

ଋଷି ସୁନଙ୍କ ସହ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ଆସିଛନ୍ତି। ସେ ମଧ୍ୟ ଏହି ସମୟରେ ଏକ ନିଆରା ଢଙ୍ଗରେ ଦେଖିବାକୁ ମିଳିଥିଲା। ଋଷି ସୁନକ ଏବଂ ତାଙ୍କ ପରିବାରର ଭାରତ ସହ ଗଭୀର ସମ୍ପର୍କ ରହିଛି।

ଏହି ସବୁ ନେତା ମଧ୍ୟ ପହଞ୍ଚିଛନ୍ତି ଦିଲ୍ଲୀରେ:

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦିଲ୍ଲୀରେ ଜି ୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଯୋଶୀ ବିମାନ ବନ୍ଦରରେ ସ୍ବାଗତ ଜଣାଇଛନ୍ତି।

ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ:

ଜି ୨୦ ସମ୍ମିଳନୀରେ ଯୋଗଦେବାପାଇଁ ଭାରତରେ ପହଞ୍ଚିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା। ତାଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ସ୍ବାଗତ କରିଛନ୍ତି।

ସମ୍ବଲପୁରୀ ନୃତ୍ୟ​‌ରେ ସ୍ବାଗତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ସ୍ବାଗତ:

ପହଞ୍ଚିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌

ପହଞ୍ଚିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ତାଙ୍କୁ ସ୍ବାଗତ କରିଛନ୍ତି।

   Related Posts