ଚୀନ୍‌ ସହ ତିକ୍ତତାକୁ ନେଇ ବେଜିଂ ଅଲିମ୍ପିକ୍‌କୁ ବୟକଟ୍‌ କରିବାକୁ ଯୋଜନା କରୁଛି ଆମେରିକା

Published By : Prameya-News7 Bureau | November 19, 2021 IST

ୱାଶଂଟନ୍‌,୧୯/୧୧: ଚୀନ୍‌ର ରାଜଧାନୀ ବେଜିଂରେ ଆଗାମୀ ବର୍ଷ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍‌ ଖେଳାଯିବାକୁ ସ୍ଥିର ହୋଇଛି । ଏହାରି ମଧ୍ୟରେ ଚୀନ୍‌ ସହିତ ବଢ଼ୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଏହି ଅଲିମ୍ପିକ୍‌କୁ ରାଜନୈତିକ ରୁପେ ବୟକଟ୍‌ କରିବାକୁ ଆମେରିକା ଯୋଜନା କରୁଥିବା ଜଣାପଡ଼ୁଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏନେଇ କହିଛନ୍ତି ଯେ, ସେ ବେଜିଂ ଅଲିମ୍ପିକ୍‌କୁ ରାଜନୈତିକ ବହିଷ୍କାର କରିବା ପାଇଁ ଯୋଜନା କରୁଛନ୍ତି । ପୂର୍ବରୁ ଇଉରୋପୀୟ ସଂସଦରେ ବେଜିଂ ଅଲିମ୍ପିକ୍‌କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । କିଛି ଖୋଳାଳି ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ରାଷ୍ଟ୍ରପତି ଜୋ ବାଇଡେନ ଖୁବ ଶୀଘ୍ର ଆମେରିକାରୁ ଖେଳାଳିମାନଙ୍କୁ ଅଲିମ୍ପିକ୍‌କୁ ପଠାଇବାକୁ ଏକ ସୁପାରିଶକୁ ଅନୁମୋଦନ କରିବେ ବୋଲି ଜଣାପଡ଼ିଛି ଅଲିମ୍ପିକ୍ସର ଉଦଘାଟନ ଏବଂ ଉଦ୍‌ଯାପନ ସମାରୋହକୁ ସାଧାରଣତଃ ହ୍ୱାଇଟ୍‌ ହାଉସ୍ ଦ୍ୱାରା ଏକ ପ୍ରତିନିଧି ଦଳ ପଠାଯାଇଥାଏହେଲେ ତାଇୱାନ୍ ମୁଦ୍ଦାକୁ ନେଇ ଆମେରିକା, ଚିନ୍‌ ଉପରେ ଅଧିକ ଖପ୍ପା ରହିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.