ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଫାଇଜର୍ ଭାକସିନ୍‌କୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା, ଅତିଶୀଘ୍ର ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ

12/12/2020 at 11:27 AM

ନୂଆଦିଲ୍ଲୀ, ୧୨|୧୨:    ଆମେରିକାର ଖାଦ୍ୟ ଏବଂ ଔଷଧି ପ୍ରଶାସନ ବା ଏଫଡିଏ ଶୁକ୍ରବାର ଫାଇଜର-ବାୟୋଏନଟେକ୍ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଏନେଇ ଏଫଡିଏର ମୁଖ୍ୟ ବୈଜ୍ଞାନିକ ଫାଇଜରକୁ ପତ୍ର ଲେଖି ସୂଚନା ଦେଇଛନ୍ତି ।

ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆମେରିକାରେ ଫାଇଜର ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଫଡିଆଇର ପରାମର୍ଶ କମିଟି ୧୭-୪ ଭୋଟରେ ଏହି ନିଷ୍ପତ୍ତି ନେଇଛି । ଏହି ଟିକାର ଡୋଜ୍ ୧୬ ଓ ତଦୁର୍ଦ୍ଧ ବୟସର ଲୋକଙ୍କ ପାଇଁ ଉପଯୋଗ ବୋଲି ଆମେରିକା କହିଛି ।

ଗତ ମଙ୍ଗଳବାର ଆମେରିକା ସରକାର ଏକ ଦସ୍ତାବିଜରେ ଫାଇଜର ଓ ବାୟୋନଟେକର କରୋନା ବାକସିନ୍ ଫଳପ୍ରଦ ବୋଲି ସ୍ପଷ୍ଟ କରିଥିଲେ । ଏହି ଭାକସିନ୍ କରୋନା ବିରୋଧରେ ଲଢିବ ବୋଲି ପ୍ରମାଣ ସହ ଦୃଢ ଭାବେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ କହିଥିଲା ଯେ, ଆଟଲାଣ୍ଟିକ୍ ଓ ବ୍ରିଟେନରେ ମଙ୍ଗଳବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିନ୍ତୁ ଆମେରିକାରେ ଏବେବି ଭାକସିନ ପାଇଁ ଅନୁମତିକୁ ଅନେକ ପର୍ଯ୍ୟାୟ ଦେଇ ଗତି କରିବାକୁ ହେବ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ସବୁଜ ସଙ୍କେତ ମିଳିବା ପରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।ଏବେ କିନ୍ତୁ ଏଫଡିଏର ଅନୁମତି ପରେ ଫାଇଜରକୁ ସବୁଜ ସଙ୍କେତ ମିଳିଛି ।

ଫାଇଜର ଓ ବାୟୋଏନଟେକ୍ ଦାବି କରିଥିଲେ ଯେ, ସେମାନଙ୍କ ଭାକସିନ ୯୫ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଯେଉଁ ୧୭୦ଜଣଙ୍କୁ ଟିକା ଦେବା ପରେ ଇନଫେକ୍ସନ ହୋଇଥିଲା ସେମାନଙ୍କ ମଧ୍ୟରୁ ମାତ୍ର ୮ଜଣଙ୍କୁ ପ୍ରକୃତ ଟିକା ଦିଆଯାଇଥିଲା ।

   Related Posts