ପାକିସ୍ତାନ ଉପରେ ବର୍ଷିଲା ଆମେରିକା ଏବଂ ଫ୍ରାନ୍ସ : କହିଲେ ଧ୍ବଂସ କର ଆତଙ୍କବାଦୀଙ୍କ ଆଡ୍ଡା

Published By : Prameya-News7 Bureau | February 27, 2019 IST

ଓ୍ବାଶିଂଟନ୍ ୨୭/୨: କାଶ୍ମୀରର ପୁଲଓ୍ବାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କୂଟନୈତିକ ସ୍ତରରେ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଛି । ସମଗ୍ର ବିଶ୍ବ ଏବେ ପାକିସ୍ତାନକୁ ଘେରିବାରେ ଲାଗିଛି ।  ଗତକାଲି  ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟାଇକ୍ ପରେ ବିଭିନ୍ନ ରାଷ୍ଟ୍ର ଇମରାନ ଖାନଙ୍କୁ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପରାମର୍ଶ ଦେଉଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବହୁତ ଥର କହି ସାରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ। ଫ୍ରାନ୍ସ ମଧ୍ୟ କଡ଼ା ସ୍ବରରେ କହିଛି ଯେ ପାକିସ୍ତାନ ନିଜ ଦେଶରେ ଥିବା ଆତଙ୍କବାଦୀଙ୍କୁ ନିପାତ କରୁ।

ଆମେରିକା ,ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ଏକ ବିବୃତ୍ତିରେ କହିଥିଲେ,‘‘ଆମେ ପାକିସ୍ତାନ ଏବଂ ଭାରତ ଉଭୟଙ୍କୁ ସଂଯମତା ରକ୍ଷା ପାଇଁ ପରାମର୍ଶ ଦେଇଛୁ’’ କୈାଣସି କ୍ଷେତ୍ରରେ ତିକ୍ତତା ନବଢ଼ାଇବା ପାଇଁ ମଧ୍ୟ ସେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରୈସୀଙ୍କୁ କହିଛନ୍ତି ।  

ଅନ୍ୟପଟେ ଫ୍ରାନ୍ସ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଅତ୍ୟନ୍ତ ଭୟାବହ କହି ଏହାକୁ ନିନ୍ଦା କରିଛି । ଆତ୍ମରକ୍ଷା ପାଇଁ ଭାରତ ପଦକ୍ଷେପକୁ ଉଚିତ ବୋଲି ଦର୍ଶାଇଛି । ସେହିଭଳି ପାକିସ୍ତାନରୁ ଆତଙ୍କବାଦୀ ବିନାଶ କରିବାକୁ ଫ୍ରାନ୍ସ ଆହ୍ବାନ ଦେଇଛି । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଦ୍ବିତୀୟ ସର୍ଜିକାଲ ଏୟାର ଷ୍ଟ୍ରାଇକ୍ କରିଛି। ଭାରତର ୧୨ ମିରାଜ -୨୦୦୦ ବିମାନ ପାକିସ୍ତାନର ଆତଙ୍କବାଦୀ କ୍ୟାମ୍ପକୁ ଉଡ଼ାଇଦେଇଛି। ଆଜି ମଧ୍ୟ ପାକିସ୍ତାନ ସୀମାରେ ପଶି ଭାରତ ଜବାବୀ ହମଲା କରିଛି । ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନକୁ ଖସାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.