ତାଓ୍ବାଙ୍ଗରେ ଭାରତ-ଚୀନ ସଂଘର୍ଷ; ସୀମାରେ ଶାନ୍ତି ରଖିବାକୁ ଆମେରିକାର ପରାମର୍ଶ

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ: ଅରୁଣାଚଳ ତାଓ୍ବାଙ୍ଗରେ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା । ଭାରତ ଓ ଚୀନ୍ ସେନା ସଂଘର୍ଷ ପରେ ପଛକୁ ହଟି ଯାଇଥିବାରୁ ଖୁସି ପ୍ରକାଶ କରିଛି । ସୀମାରେ ଉଭୟ ଦେଶ ଶାନ୍ତି ରଖିବାକୁ ପରାମର୍ଶ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା । ଡିସେମ୍ବର ୯ ତାରିଖରେ ତାଓ୍ବାଙ୍ଗ ସେକ୍ଟରରେ ପିଏଲଏ ସହିତ ଭାରତୀୟ ସେନାର ସଂଘର୍ଷ ହୋଇଥିଲା ।

ଭାରତର ତାଓ୍ବାଙ୍ଗ ପୋଷ୍ଟକୁ ଖାଲି କରିବା ପାଇଁ ପିଏଲଏ ଯୋଜନା କରିଥିଲା । ପ୍ରାୟ ୩୦୦ରୁ ଅଧିକ ସୈନ୍ୟ ୧୭ ହଜାର ଫୁଟ୍ ପାହାଡ଼ ଉପରେ ଚଢି ତାଓ୍ବାଙ୍ଗ ପୋଷ୍ଟ ମୁହାଁ ହୋଇଥିଲେ । ଭାରତୀୟ ସେନା ପିଏଲଏର ଏହି ଯୋଜନାକୁ ପଣ୍ଡ କରିଦେଇଛି । ଉଭୟ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୬ଜଣ ଯବାନ ଆହତ ହୋଇଥିବାବେଳେ ଚୀନର ୧୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ପ୍ରଥମ ଥର ମୁହାଁ ଖୋଲିଛି ଆମେରିକା । ଚୀନ ସେନାର ଏଭଳି ଉଦ୍ୟମକୁ ଓ୍ବାସିଂଟନ ନାପସନ୍ଦ କରିବା ସହିତ ଭର୍ତ୍ସନା କରିଛି । ସୀମାରେ ଉଭୟ ଦେଶ ଶାନ୍ତି ବଜାଇ ଜାରି ରଖିବାକୁ ପରାମର୍ଶ ଦେଇଛି ଆମେରିକା ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.