ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆମେରିକାରେ ଶାନ୍ତ ପଡୁନି ବନ୍ଧୁକ : ନାଇଟ୍ କ୍ଲବରେ ଗୁଳିମାଡ, ୨ ମୃତ

13/06/2022 at 7:22 AM

ଚିକାଗୋ, ୧୩|୦୬: ଆମେରିକାରେ ଲଗାତର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି । ରବିବାର ପୁଣି ଚିକାଗୋ ଅଞ୍ଚଳରେ ଗୁଳିକାଣ୍ଡ ଖବର ଆସିଛି । ଦକ୍ଷିଣପୂର୍ବ ଚିକାଗୋ ନିକଟବର୍ତ୍ତୀ ଇଣ୍ଡିଆନା ନାଇଟ୍ କ୍ଲବରେ ଆତତାୟୀ ଗୁଳିମାଡ କରିଥିବା ଜଣାପଡିଛି । ଯେଉଁଥିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ପୋଲିସର କହିବାନୁସାରେ, ଇଣ୍ଡିଆନା କ୍ଲବରେ ଗୁଳିକାଣ୍ଡ ନେଇ ଖବର ଆସିଥିଲା । ଏହାପରେ ସେମାନେ ପହଁଚିଥିଲେ । ସେଠାରେ ଦୁଇଜଣ ଅଚେତ ହୋଇ ପଡିଥିବା ଦେଖିଥିଲେ । ସେମାନଙ୍କୁ ଗୁଳି ଲାଗିଥିଲା । ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ମଧ୍ୟ ପୋଲିସ କହିଛି ଯେ, ଗୁଳିମାଡରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ପରିଚୟ ଏବେସୁଦ୍ଧା ଜଣାପଡି ନାହିଁ ।

ଏହାପୂର୍ବରୁ ଗୁରୁବାର ରାତିରେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ । ଏହାସହ ଜଣେ ଗୁରୁତର ହୋଇଥିଲେ ଷ ସେହିପରି ଗତ ସପ୍ତାହରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ  । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡର ଖବର ଆସିଥିଲା ।

   Related Posts