ମୁମ୍ଵାଇ ୨୪।୦୨: ଶୁକ୍ରବାର ନ୍ୟୁୟର୍କ ସହରର ଏକ ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।
ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା
ମିଡିଆ ରିପୋର୍ଟ ଅନୁଯାୟୀ ବାର ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ କୁହାଯାଇଛି । ଅଗ୍ନିଶମ ବିଭାଗର ପ୍ରଥମ ଡେପୁଟି କମିଶନର କହିଛନ୍ତି ଯେ ଘଟଣାସ୍ଥଳରେ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କ ସିଟି ଅଗ୍ନିଶମ ବିଭାଗର ଅଧିକାରୀମାନେ ରାତି ୨ଟା ପରେ ଏହାର ଜବାବ ଦେଇଥିଲେ। ସେ କହିଛନ୍ତି ୬ ମହଲା ବିଶିଷ୍ଟ କୋଠାର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫସିରହିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ତିନି ଜଣ ରେସ୍କୁ କର୍ମଚାରୀ ଉଦ୍ଧାର କରିଥିଲେ।
ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି
ରିପୋର୍ଟ ଅନୁଯାୟୀ ଆହତମାନଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥି ସହ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ତାହାର ଅନୁସନ୍ଧାନ କରାଯାଉଛି।
wp:embed {"url":"https://www.prameyanews7.com/karanataka-news-6-killed-in-road-accident/","type":"wp-embed","providerNameSlug":"prameya-news-7"} /wp:embed