ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବିମାନ ଯାତ୍ରା ବେଳେ ଯାତ୍ରୀ ଖୋଲିଦେଲେ ଇମରଜେନ୍ସି ଗେଟ୍, ଅଟେଣ୍ଡାଣ୍ଟ୍ ଉପରେ କଲେ ଆକ୍ରମଣ

7/03/2023 at 12:42 PM

ୱାଶିଂଟନ୍ 07/04:  ବିମାନରେ ଅନେକ ହିଂସାତ୍ମକ ଘଟଣା ଘଟୁଥିବାର ଆପଣ ଶୁଣୁଥିବେ। ଏବେବି ସେମିତି ଏକ ଘଟଣା ଆସିଛି ସାମ୍ନାକୁ। ଜଣେ 33 ବର୍ଷୀୟ ବ୍ୟକ୍ତି ୟୁନାଇଟେଡ୍ ଏୟାରଲାଇନ୍ସର ବିମାନର ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ସେ ଛୁରୀ ସାହାଯ୍ୟରେ ବିମାନ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆଧାରରେ ଆମେରିକାର ସେହି ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣା ଲସ୍ ଆଞ୍ଜେଲସ୍ ଏବଂ ବୋଷ୍ଟନ୍ ମଧ୍ୟରେ ବିମାନ ଯାତ୍ରା ସମୟରେ ଘଟିଥିଲା।  ଅଭିଯୁକ୍ତ ହେଲେ ଫ୍ରାନ୍ସିସ୍କୋ ସେଭେରୋ ଟୋରେସ୍।  ଉଡ଼ାଣରେ ବାଧା ସୃଷ୍ଟି କରିବା ସହ ଅସ୍ତ୍ରଶସ୍ତ୍ରରେ ବିମାନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ରବିବାର ସନ୍ଧ୍ୟାରେ ବୋଷ୍ଟନ୍ ଲୋଗନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଟୋରେସଙ୍କୁ  ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି।  ମାର୍ଚ୍ଚ 9ରେ ଏହି ମାମଲାର ଶୁଣାଣି ହେବ। ଟୋରେସ୍ ଲସ୍ ଏଞ୍ଜେଲସରୁ ବୋଷ୍ଟନ୍ ଅଭିମୁଖେ ଯାତ୍ରା କରିଥିଲେ, ଏହି ସମୟରେ ଏହି କାଣ୍ଡ ଘଟାଇଥିଲେ।

ଅବତରଣ କରିବାର ପ୍ରାୟ 45 ମିନିଟ୍ ପୂର୍ବରୁ, ବିମାନ କର୍ମଚାରୀମାନେ କକପିଟରେ ଏକ ଆଲାରାମ ପାଇଲେ ଯେ, ଷ୍ଟାରବୋର୍ଡ ସାଇଟ୍ କବାଟର ଲକିଂ ହ୍ୟାଣ୍ଡେଲକୁ କାଢ଼ି ନିଆଯାଇଛି।  ଏହାପରେ ସବୁ ବିମାନ କର୍ମଚାରୀଙ୍କୁ  ସୂଚନା ଦେବା ସହ ଏହି ଘଟଣାରେ ଟୋରେସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବିମାନ କର୍ମଚାରୀ କୋର୍ଟଙ୍କୁ କହିଛନ୍ତି ଯେ,  ବିମାନ ଉଡ଼ାଣ ସମୟରେ ଟୋରେସ୍ ବିପଦ ଅନୁଭବ କରିଥିବାରୁ କ୍ୟାପଟେନ ଯଥାଶୀଘ୍ର ବିମାନ ଅବତରଣ କରିବାକୁ କହିଥିଲେ। ସେମାନେ ମନା କରିବାରୁ ଏହି ସମୟରେ, ଟୋରେସ୍ ଏକ ଭଙ୍ଗା ଚାମଚ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ବିମାନରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତାଙ୍କୁ ଧରିଥିଲେ । ଆଉ ବିମାନ ଅବତରଣ କରିବା ମାତ୍ରେ ଟୋରେସଙ୍କୁ ଗିରଫ କରିଥିଲେ।

   Related Posts