ଆମେରିକାରେ ଭାରତୀୟ ଡ୍ୟାନ୍ସରଙ୍କୁ ଗୁଳି କରି ହତ୍ୟା, ସରକାରଙ୍କୁ ସାହାଯ୍ୟ ମାଗିଲେ ବାନ୍ଧବୀ

Published By : Prameya-News7 Bureau | March 02, 2024 IST

ମୁମ୍ଵାଇ ୦୨।୦୩: ଆମେରିକାରେ କୋଲକାତାର ଭାରତନାଟ୍ୟମ୍ ଏବଂ କୁଚୁପୁଡି ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ସାଥ୍‌ ନିଭାନା ସାଥିଆର ଫେମ୍‌ ଦେବୋଲିନା ଭଟ୍ଟାଚାର୍ଜୀ ଏହି ସୂଚନାକୁ x (ଟ୍ୱିଟର) ରେ ଦେଇଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଏହି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।

ଭାରତର ମହାବାଣିଜ୍ୟ ଦୂତବାସ ଅମରନାଥ ଘୋଷଙ୍କ ହତ୍ୟାକୁ ସମବେଦନା ଜଣାଇ ଟ୍ଵିଟରରେ ଲେଖିଛନ୍ତି ମିସୋରିର ସେଣ୍ଟ ଲୁଇସ୍‌ରେ ମୃତକ ଅମରନାଥ ଘୋଷଙ୍କ ପରିବାର ଓ ସାଙ୍ଗମାନଙ୍କ ପ୍ରତି ଗଭୀର ସମ୍ଵେଦନା।  ଆମେ ଫୋରେନସିକ୍, ପୋଲିସ୍ ସହିତ ଅନୁସନ୍ଧାନ କରୁଛୁ ଏବଂ ସହାୟତା ଯୋଗାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ ।

କିପରି ହେଲା ହତ୍ୟା ?

ଭଟ୍ଟାଚାର୍ଜୀଙ୍କ ଅନୁଯାୟୀ, ୨୭ ଫେବୃଆରୀ ସନ୍ଧ୍ୟାରେ ସେଣ୍ଟ ଲୁଇସରେ ଅମରନାଥ ଘୋଷଙ୍କୁ ହତ୍ୟା କରାଯାଇଥିଲା। ଘୋଷ ସେଣ୍ଟ ଲୁଇସର ୱାଶିଂଟନ୍ ୟୁନିଭରସିଟିରୁ ନୃତ୍ୟରେ ମାଷ୍ଟର ଅଫ୍ ଫାଇନ ଆର୍ଟ (MFA) ପଢୁଥିଲେ। ଭଟ୍ଟାଚାର୍ଜୀ କହିଛନ୍ତି ଯେ ସେ ସନ୍ଧ୍ୟାରେ ବୁଲିବାକୁ ଯାଇଥିଲେ । ସେତେବେଳେ ଜଣେ ଅଜ୍ଞାତ ଆକ୍ରମଣକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

wp:html /wp:html

ଘୋଷଙ୍କର ନାହାନ୍ତି ପରିବାର ଲୋକ

ଭଟ୍ଟାଚାର୍ଜୀଙ୍କ ଟ୍ୱିଟ ଅନୁଯାୟୀ ଘୋଷଙ୍କ ପିତାମାତା ନାହାନ୍ତି । ତାଙ୍କର ଆଗରୁ ମୃତ୍ୟୁ ହୋଇଯାଇଛି। ଅଭିଯୁକ୍ତଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ। କିଛି ବନ୍ଧୁଙ୍କ ବ୍ୟତୀତ ଘୋଷଙ୍କର କୌଣସି ପରିବାର ସଦସ୍ୟ ନାହାନ୍ତି। ତାଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ବନ୍ଧୁମାନେ ନିବେଦନ କରିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ଏହା ଉପରେ କୌଣସି ଅପଡେଟ୍‌ ମିଳିପାରି ନାହିଁ ।

wp:embed {"url":"https://www.prameyanews7.com/rihanna-left-from-jamnagar-after-attending-radhika-and-anant-pre-wedding/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rihanna-left-from-jamnagar-after-attending-radhika-and-anant-pre-wedding/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.