ଭାରତ ବିରୋଧରେ ୟୁଏନରେ ଭୟଙ୍କର ଷଡଯନ୍ତ୍ର ରଚିଥିଲା ପାକିସ୍ତାନ, ଭଣ୍ଡୁର କଲା ଆମେରିକା

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ, ୨୩|୦୬: ପାକିସ୍ତାନ ଏବେବି ଭାରତ ବିରୋଧି ମନୋଭାବରୁ ପଛକୁ ହଟୁନାହିଁ । ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରରେ ଭାରତକୁ ଆତଙ୍କବାଦର ପୃଷ୍ଠପୋଷକ ଘୋଷିତ କରିବାକୁ ଅପଚେଷ୍ଟା କରିଥିଲା । କିନ୍ତୁ ଆମେରିକା ୟୁଏନରେ ପାକିସ୍ତାନର ପ୍ରସ୍ତାବକୁ ରୋକି ଦେଇଥିଲା ।

ସୂଚନାନୁସାରେ, ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ଅହମ୍ମଦର ମୁଖ୍ୟ ମାସୁଦ ଆଦହାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି । ପାକ୍ ଭାରତକୁ ଅନ୍ତରାଷ୍ଟ୍ରୀୟ ମଂଚରେ ଘେରିବାକୁ ଚେଷ୍ଟା ତଳାଇଛି । ପାକ୍ ଆଫଗାନିସ୍ତାନରେ ଥିବା ଜଣେ ଭାରତୀୟ ଇଞ୍ଜିନିୟର ବେଣୁ ମାଧବ ଡୋଗରାଙ୍କୁ ଆତଙ୍କବାଦୀ ଘୋଷିତ କରିବାକୁ ପ୍ରୟାସ କରିଥିଲା ।

ଆମେରିକା ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ କହିଥିଲା ଯେ, ପାକିସ୍ତାନର ପ୍ରସ୍ତାବକୁ ରବ୍ଦ କରିଦିଆଯାଉଛି । ଏହି ପ୍ରସ୍ତାବକୁ ଶେଷ କରିଦିଆଯାଇଛି । ଏହି ପ୍ରସ୍ତାବକୁ ୟୁଏସ ଗତବର୍ଷ ସେପ୍ଟେମ୍ବରରେ ଟେକନିକାଲ୍ ହୋଲ୍ଡ କରିଥିଲା ।

ଟାଇମସ୍ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପାକିସ୍ତାନ ବେଣୁ ମାଧବଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ପ୍ରଦାନ କରିପାରି ନଥିଲା । ଏହାପରେ ମଧ୍ୟ ସେ ବେଣୁଙ୍କୁ ଆତଙ୍କବାଦୀ ଘୋଷିତ କରିବାକୁ ଦାବି କରିଥିଲା । ଏହି ପ୍ରସ୍ତାବକୁ ଆମେରିକା ରୋକ୍ ଲଗାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.