oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଫୁଟ୍‌ବଲ୍‌ ମ୍ୟାଚ୍ ଚାଲିଥିବା ସମୟରେ ହଠାତ୍ ଫୁଟିଲା ଗୁଳି : ଗୁଳିକାଣ୍ଡରେ ୪ ଆହତ

17/10/2021 at 11:51 AM

ୱାଶିଂଟନ୍‌ ୧୭।୧୦ : ଆମେରିକାର ଆଲାବାମା ସ୍ଥିତ ଏକ ଫୁଟବଲ ଷ୍ଟାଡିୟମରେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ହଠାତ୍ ଗୁଳିରେ ଚଳାଇଥିଲେ । ଏହି ଗୁଣି କାଣ୍ଡରେ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି। ତେବେ ସୂଚନା ଅନୁଯାୟୀ, ଏହି ଘଟଣା ମୋବାଇଲ୍ ସିଟିର ଲେଡ୍-ପିବଲ୍ସ ଷ୍ଟାଡିୟମରେ ଘଟିଛି। ଏହି ସମୟରେ ଦୁଇଟି ହାଇସ୍କୁଲ ଟିମ୍ ମଧ୍ୟରେ ଏକ ଫୁଟବଲ ମ୍ୟାଚ୍ ଖେଳାଯାଉଥିଲା ।

ଷ୍ଟାଡିୟମରେ ମ୍ୟାଚ୍ ଶେଷ ହେବାକୁ ଯାଉଥିବା ଗୁଳି ଚଲାଇ ଯାଇଥିଲା। ଏନେଇ ପୋଲିସ କହିଛି ଯେ ଆକ୍ରମଣକାରୀ ୫ ରୁ ୭ ଗୁଳି ଚଳାଇଛନ୍ତି। ଗୁଳିର ଶବ୍ଦ ଶୁଣି ଖେଳାଳି ଏବଂ ଦର୍ଶକଙ୍କ ମଧ୍ୟରେ ଦୌଉଡି ପଳାଇଥିଲେ । ଘଟଣାର ଭିଡିଓ ଫୁଟେଜରେ ଏହା ଦେଖିବାକୁ ମିଳେ ଯେ ଷ୍ଟାଡିୟମରେ ଖେଳାଳିମାନେ ଭୂମିରେ ପଡ଼ିଥିବାର ନଜର ଆସୁଥିବା ବେଳେ ଷ୍ଟାଡିୟମରେ ଲୋକମାନେ କିପରି ଭୟଭୀତ ହେଉଛନ୍ତି ସେହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ଅନୁମାନ କରୁଛି ଯେ ଏହି ଆକ୍ରମଣରେ ଜଣେ ସାମିଲ ନାହିଁ । ଗୁଳି କେବଳ ଜଣକ ଦ୍ୱାରା କରାଯାଇଥାଇ ପାରେ ହେଲେ ଏଥିରେ ଅନେକ ଲୋକ ଏଥିରେ ହୋଇ ଥାଇପାରନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀ ବିଷୟରେ ପରିଚୟ ମିଳିନାହିଁ।

   Related Posts