ଗୁପ୍ତରେ ପରମାଣୁ କ୍ଷମତା ବଢ଼ାଉଛି ବେଜିଂ; ପେଣ୍ଟାଗନର ଆଶଙ୍କା, ୨୦୩୫ ସୁଦ୍ଧା ଭରିବ ଚୀନ୍ ଅସ୍ତ୍ର ଭଣ୍ଡାର

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ: ୧୦ ବର୍ଷରେ ସର୍ବଶକ୍ତିମାନ ହେବ ଚୀନ୍ । ପରମାଣୁ ଅସ୍ତ୍ରରେ ଭର୍ତ୍ତି ହେବ ପ୍ରତିରକ୍ଷା ଭଣ୍ଡାର । ପ୍ରତିରକ୍ଷା କ୍ଷେତ୍ରରେ ଆମେରିକାକୁ ମାତ୍ ଦେବାକୁ ଗୁପ୍ତ ଯୋଜନାରେ ଲାଗିପଡ଼ିଛି ଡ୍ରାଗନ୍ । ରାଷ୍ଟ୍ରପତି ସି-ଜିନପିଙ୍ଗ ପରମାଣୁ ଅସ୍ତ୍ରକୁ ଆହୁରି ବିକଶିତ କରିବା ସହିତ ନୂଆ ଆଟମ୍ ବମ୍ ତିଆରି କରୁଛନ୍ତି ବୋଲି ପେଣ୍ଟାଗନ୍ ଆଶଙ୍କା କରିଛି ।

ଆମେରିକା ରକ୍ଷା ବିଭାଗ ପେଣ୍ଟାଗନର ରିପୋର୍ଟ ଅନୁଯାୟୀ, ୨୦୩୫ ସୁଦ୍ଧା ଚୀନ୍ ପାଖରେ ୧୫ଶହରୁ ଅଧିକ ପରମାଣୁ ଅସ୍ତ୍ର ହେବ । ବର୍ତ୍ତମାନ ସମୟରେ ଚୀନ୍‌ ପାଖରେ ୪୦୦ରୁ ଅଧିକ ଆଟମ୍ ବମ୍ ରହିଛି । କଂଗ୍ରେସ ପ୍ରସ୍ତୁତ କରିଥିବା ରିପୋର୍ଟରେ ଚୀନ୍ ନିଜର ପରିମାଣୁ କ୍ଷମତା ବୃଦ୍ଧି କରିବା ନେଇ ଉଦ୍ୟମ ଜାରି ରଖିଛି । ଆସନ୍ତା ୧୦ ବର୍ଷ ମଧ୍ୟରେ ଅସ୍ତ୍ର ଭଣ୍ଡାରକୁ ବଢାଇବା ସହିତ ବିକଶିତ କରିବାକୁ ଯୋଜନା ରଖିଛି । ୨୦୩୫ ସୁଦ୍ଧା ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେବ ଡ୍ରାଗନ୍ ।

ଚୀନ୍ ନିଜର ସ୍ଥଳ, ବାୟୁ ଓ ଜଳ ସେନାର କ୍ଷମତାକୁ ବୃଦ୍ଧି କରିବ। ଶତ୍ରୁ ଦେଶକୁ ମାତ୍ ଦେବାକୁ ଭୂପୃଷ୍ଠରୁ ଆକାଶକୁ, ଆକାଶରୁ ଆକାଶ ଓ ସମୁଦ୍ରରୁ ଆକାଶକୁ ପରମାଣୁ ଆଟାକ୍ ପାଇଁ ଆଣବିକ ଅସ୍ତ୍ର ତିଆରି କରୁଛି । ଏଥିପାଇଁ ସ୍ବତନ୍ତ୍ର ବଜେଟ୍ ମଧ୍ୟ କରିଛି । ପ୍ରତିରକ୍ଷା କ୍ଷେତ୍ରରେ ନିବେଶକୁ ବୃଦ୍ଧି କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ୍ । ରିପୋର୍ଟ କୁହାଯାଇଛି, ଫାଷ୍ଟ ବ୍ରିଡର ରିଏକ୍ଟର ଏବଂ ରିପ୍ରୋସେସିଂ ସୁବିଧା ବିକାଶିତ କରି ପ୍ଲାଟିନିୟମ୍ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଛି । ୨୦୩୫ ସୁଦ୍ଧା ଚୀନ୍ ଅସ୍ତ୍ର ଭଣ୍ଡାରରେ ୧୫ଶହ ପରମାଣୁ ବମ୍ ହେବ । ସେହିପରି ବୋଜିଂ ପିଏଲଏ ଶକ୍ତିଶାଳୀ ନେଇ ଆଧୁନିକ ଅସ୍ତ୍ର ଯୋଗାଇ ଦେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.