oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଆମେରିକା-ଚୀନ୍‌ ବୈଠକ: ପୁରୁଣା ସାଙ୍ଗକୁ ଦେଖି ଖୁସି ହୋଇଗଲେ ଜିନ୍‌ପିଙ୍ଗ୍‌, କହିଲେ ସଂଘର୍ଷ ହେବାକୁ ଦେବାନାହିଁ

16/11/2021 at 8:35 AM

ନୂଆଦିଲ୍ଲୀ, ୧୬/୧୧: କରୋନା, ତାଇୱାନ୍‌ ସମେତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦାକୁ ନେଇ ଚାଲିଥିବା ବାକ୍‌ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଭର୍ଚୁଆଲ୍‌ ସାକ୍ଷାତ ହୋଇଛି । ଜିନ୍‌ପିଙ୍ଗ୍‌ଙ୍କ ସହ ବୈଠକରେ ବାଇଡେନ୍‌ କହିଛନ୍ତି ଯେ, ତାଙ୍କ ଲକ୍ଷ୍ୟ ପ୍ରତିଯୋଗିତାକୁ ସଂଘର୍ଷରେ ପରିଣତ ହେବାରୁ ରୋକିବା । ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ବେଜିଂରେ ହୋଇଥିବା ସାକ୍ଷାତକାରରେ ଖୁବ୍‌ ଭଲ ସଂପର୍କ ରହିଥିବା ଦେଖିବାକୁ ମିଳିଥିଲା ।

ବିଶ୍ୱବାସୀଙ୍କ ପ୍ରତି ଆମେରିକାର ବଡ଼ ଦାୟିତ୍ଲ ରହିଥିବା ଜୋ ବାଇଡେନ୍‌ ଏହି ବୈଠକ ଆରମ୍ଭରେ କହିଥିଲେ । ସମସ୍ତ ଦେଶ ଏକ ନିର୍ଦ୍ଧିଷ୍ଟ ନିୟମରେ ଚାଲିବା ଉଚିତ୍‌ ବୋଲି ସେ କହିଛନ୍ତି । କୁହାଯାଉଛି ଯେ, ବାଇଡେନ୍‌ ଚୀନ୍‌ ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଚାହୁଁଥିଲେ । ହେଲେ ଜିନ୍‌ପିଙ୍ଗ୍‌ କରୋନା ଆରମ୍ଭରୁ ବାହାର ଦେଶକୁ ଯିବା ଆସିବା ବନ୍ଦ କରିଦେଇଛନ୍ତି । ଏହାରି ଭିତରେ ସେ ଆମେରାକାର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ଏହାକୁ ନେଇ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଭର୍ଚୁଆଲ୍‌ ବୈଠକ କରିବାକୁ ସ୍ଥିର ହୋଇଥିଲା ।

କହିରଖୁଛୁ ଯେ ଉତ୍ତର-ପଶ୍ଚିମ ଚୀନ୍‌ରେ ଉଇଗରୋଙ୍କ ବିରୋଧରେ ମାନବ ଅଧିକାରର ଉଲ୍ଲଂଘନ, ହଂକଂରେ ଗଣତାନ୍ତ୍ର ବିରୋଧର ଦମନ ଏବଂ ତାଇୱାନର ସ୍ୱ-ଶାସିତ ଦ୍ୱୀପ ବିରୁଦ୍ଧରେ ସାମରିକ ଆକ୍ରୋଶ ପାଇଁ ଜୋ ବିଡେନ ବେଜିଂକୁ ସମାଲୋଚନା କରିଛନ୍ତି । ତେବେ ଜିନ୍‌ପିଙ୍ଗ୍‌ଙ୍କ ପ୍ରତିନିଧୀମାନେ ଏଥିରେ ହସ୍ତକ୍ଷେପ ପାଇଁ ବିଡେନ ଏବଂ ହ୍ୱାଇଟ୍‌ ହାଉସକୁ ନିନ୍ଦା କରିଛନ୍ତି । କାରଣ ଚୀନ୍ ଏହି ପ୍ରସଙ୍ଗକୁ ଏହାର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛି ।

ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବାଇଡେନଙ୍କୁ କହିଛନ୍ତି ଯେ, ଉଭୟ ପକ୍ଷ ଯୋଗାଯୋଗରେ ଉନ୍ନତି ଆଣିବା ଆବଶ୍ୟକ। ସି ଜିନପିଙ୍ଗ ବାଇଡେନଙ୍କ ସହ ସାକ୍ଷାତ ଆରମ୍ଭରେ କହିଥିଲେ ଯେ ମୋର ପୁରୁଣା ବନ୍ଧୁଙ୍କୁ ଦେଖି ମୁଁ ବହୁତ ଖୁସି ।

   Related Posts