ଚୀନ୍‌କୁ ଆମେରିକାର ଅର୍ଥନୈତିକ ଝଟକା; ୩୬ କମ୍ପାନୀକୁ ବ୍ଲାକ୍‌ଲିଷ୍ଟ କଲା ୟୁଏସ୍ କମର୍ସ

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ: ବେଜିଂକୁ ଓ୍ବାସିଂଟନ ଝଟକା । ଚୀନକୁ ଅର୍ଥନୈତିକ ଝଟକା ଦେଇଛି ଆମେରିକା । ୟୁଏସ୍ କମର୍ସ ୩୬ ଚୀନ୍ କମ୍ପାନୀକୁ ବ୍ଲାକ୍‌ଲିଷ୍ଟ କରିଛି । ଉଚ୍ଚ ଉଦ୍ୟୋଗ କ୍ଷେତ୍ରରେ କମ୍ପାନୀମାନଙ୍କୁ ଉତ୍ପାଦନ ନିୟନ୍ତ୍ରଣ କଳା ତାଲିକା ଭୂକ୍ତ  କରିଛି ଯୁକ୍ତରାଷ୍ଟ୍ର ଆମେରିକା । ଏଥିରେ ବିମାନ ଉପକରଣ, ରସାୟନ ଏବଂ କମ୍ପ୍ୟୁଟର ଚିପ୍ ନିର୍ମାତା କମ୍ପାନୀ ରହିଛନ୍ତି ।

ସୂଚନା ଅନୁଯାୟୀ, ଆମେରିକା ପ୍ରଶାସନ ଶୁକ୍ରବାର ଏହି ସୂଚୀ ପ୍ରକାଶ କରିଛି । ରାଷ୍ଟ୍ର ସୁରକ୍ଷା, ଆମେରିକାବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ବାଇଡେନ ପ୍ରଶାସନ କହିଛି । କୌଣସି କମ୍ପାନୀଙ୍କୁ ଏନଣ୍ଟିଟି ଲିଷ୍ଟରେ ସାମିଲ କରିବା ମାନେ ତାଙ୍କ ସହିତ ବ୍ୟବସାୟ କରୁଥିବା ଆମେରିକୀୟ କମ୍ପାନୀର ଉତ୍ପାଦନ ଲାଇସେନ୍ସ ରଦ୍ଦ କରିଦିଆଯିବ ।

କୁହାଯାଉଛି, ଚୀନ୍ ସେନାକୁ ଅତ୍ୟାଧୁନିକ କମ୍ପ୍ୟୁଟର ଉପକରଣ ତଥା ଚିପ୍ ଓ ହାଇପରସୋନିକ୍ ଅସ୍ତ୍ରଶସ୍ତ୍ରର ତଥ୍ୟ ହାସଲ କରିବାରେ ରୋକ୍ ଲଗାଯାଇଛି । ଯେଉଁ କମ୍ପାନୀ ମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ଶୁକ୍ରବାର ତାହାର ତାଲିକା ମଧ୍ୟ ପ୍ରକାଶ ପାଇଛି ।

ଚୀନ୍ ଟେକ୍ନୋଲୋଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ୟୁଏସ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଆରମ୍ଭ କରିଥିଲେ। ରାଷ୍ଟ୍ରସୁରକ୍ଷା ପାଇଁ ଏହି କାମକୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଜାରି ରଖିଛନ୍ତି । ଏହାପୂର୍ବରୁ ଆମେରିକା ରାଷ୍ଟ୍ର ସୁରକ୍ଷା ପାଇଁ ଚୀନରୁ ଦୂରସଂଚାର ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି କମ୍ପାନୀ ମାନଙ୍କ ମଧ୍ୟରେ ହୁଓ୍ବେଇ, ଜେଡଟିଇ ସମେତ ୫ କମ୍ପାନୀର ଉପକରଣକୁ ବ୍ୟାନ୍ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.