'ବିଶ୍ବ ପାଇଁ ଉଦାହରଣ ଭାରତ, ଭବିଷ୍ୟତ ପାଇଁ ଦେଉଛି ଭରସା', ନିଜ ବ୍ଲଗରେ ଏଭଳି ଲେଖିଲେ ବିଲ୍ ଗେଟ୍ସ

Published By : Prameya-News7 Bureau | February 23, 2023 IST

ନୂଆଦିଲ୍ଲୀ ୨୩।୦୨ : ବିଶ୍ବ ପାଇଁ ଉଦାହରଣ ଭାରତ । ଭବିଷ୍ୟତ ଭରସା ହେଉଛି ଭାରତ । କୌଣସି ଚ୍ୟାଲେଞ୍ଜକୁ କିପରି ସଫଳତାର ସହ ସମାଧାନ କରିବା ହେବ ତାହା ବିଶ୍ବବାସୀ ଭାରତ ଠାରୁ ଶିଖିବା ଆବଶ୍ୟକ । ଭାରତକୁ ନେଇ ଏଭଳି କିଛି କହିଛନ୍ତି ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ଏବଂ ବିଲ୍ ଏଣ୍ଡ ମୋଲିଂଡା ଗେଟ୍ସ ଫାଉଣ୍ଡେସନର  ସହ- ଅଧ୍ୟକ ବିଲ୍ ଗେଟ୍ସ। ସେ ନିଜ ବ୍ଲଗ 'ଗେଟ୍ସ ନୋଟିସ'ରେ ଲେଖିଛନ୍ତି, ଭାରତ ଭବିଷ୍ୟତ ପାଇଁ ଆଶା ସଂଚାର କରିଥାଏ। ଭାରତ ବିଶ୍ବବାସୀଙ୍କୁ ଦେଖାଇଛି କିଭଳି ସମସ୍ୟା ସମାଧାନ କରାଯାଏ ।

ବିଲ୍ ଗେଟ୍ସରେ ଲେଖିଛନ୍ତି, କରୋନା ସମୟରେ ବିଶ୍ବ ସଂକଟରେ ଯୁଝି ହେଉଥିଲା , ହେଲେ ଭାରତ ଏ ସଂକଟର ସମାଧାନ ବାହାର କରିଛି । ଇନୋଭେସନ ଓ ଡେଲିବରୀ ଚ୍ୟାନେଲସ ସହିତ ବିଭିନ୍ନ ଦେଶର ସମସ୍ୟାର ସମାଧାନ କରିଆସୁଛନ୍ତି । ନିଜ କମ୍ପାନୀ ବିଷୟ ମଧ୍ୟ ବିଲ୍ ଗେଟ୍ସ ଲେଖିଛନ୍ତି, ସେ କହିଛନ୍ତି, ମାଇକ୍ରୋସଫ୍ଟ କମ୍ପାନୀ ପାଇଁ ଅଧିକାଂଶ ଲୋକ ସମସ୍ୟା ଭୋଗୁଛନ୍ତି। ଏଥିରେ ମୋତେ ବି ଶୁଣିବାକୁ ପଡ଼ୁଛି । ଏକଳାଳୀନ ସମସ୍ୟା ସମାଧାନ କରିବାକୁ ପର୍ଯ୍ୟାପ୍ତ ସମୟ ଓ ପଇସା ନଥିବା କହିଛନ୍ତି ବିଲ୍ ଗେଟ୍ସ ।  କିନ୍ତୁ ଭାରତ ଏହି ଧାରଣାକୁ ଭୂଲ ପ୍ରମାଣିତ କରିଛି । ସଂକଟ ସମୟରେ ଭାରତ ଉଲ୍ଲେଖନୀ ପ୍ରଗତୀ ହାସଲ କରିଛି । ଯାହା ଏହାକୁ ପ୍ରମାଣିତ କରୁଛି ।

ବିଲ୍ ଗେଟ୍ସ ନିଜ ବ୍ଲଗରେ ଲେଖିଛନ୍ତି, ସମଗ୍ର ଭାବେ ଭାରତ ମତେ ଭବିଷ୍ୟତ ପାଇଁ ଆଶା ଦେଇଛି । ଏହା ବିଶ୍ବ ସବୁଠାରୁ ଅଧିକ ଲୋକ ସଂଖ୍ୟା ବିଶିଷ୍ଟ ଦେଶ । ଯାହାର ଅର୍ଥ ଏଠାରେ ସମସ୍ତ ସମସ୍ୟା ଏକସଙ୍ଗରେ ସମାଧାନ କରିବା ସମ୍ଭବ ନୁହେଁ । ହେଲେ ଏହାକୁ ପ୍ରମାଣିତ କରି ବିଶ୍ବବାସୀ ଦେଖାଇଛି । ଚ୍ୟାଲେଞ୍ଜକୁ କିପରି ଗ୍ରହଣ କରି ସମାଧାନ କରିବା । ଭାରତରେ ଗରିବୀ ହ୍ରାସ ପାଇଛି, ଏଚଆଇଭି ଭଳି ମାରାତ୍ମକ ଲୋଗ କମିଛି, ଶିଶୁ ମୃତ୍ୟୁହାର ହ୍ରାସ ପାଇଛି, ସ୍ବଚ୍ଛତାରେ ଭାରତ ଅଗ୍ରଗତି କରୁଛି ବୋଲି ବିଲ୍ ଗେଟ୍ସ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.