ମୋଡେର୍ଣ୍ଣା କୋଭିଡ-୧୯ ଭାକସିନକୁ ଅନୁମତି ପାଇଁ ଆମେରିକା ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | December 18, 2020 IST

ନ୍ୟୁୟର୍କ, ୧୮୧୨: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ଗୁରୁବାର ମୋଡେର୍ଣ୍ଣା ଭାକସିନକୁ ଅନୁମତି ପ୍ରଦାନ କରିଛି । ଜରୁରୀକାଳିନ ସ୍ଥିତିରେ ଭାକସିନକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି । ଦେଶରେ ବଢୁଥିବା କରୋନା ଭାଇରସର ମାମଲାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଏଫଡିଏ କହିଛି ଯେ, ମୋଡେର୍ଣ୍ଣାକୁ ଜରୁରୀକାଳିନ ପ୍ରୟୋଗ ପାଇଁ ଅନୁମତି ପ୍ରଦାନ କରାଯାଇଛି । କିଛି ଦିନ ତଳେ ଏଫଡିଏ ଫାଇଜର-ବାୟୋଏନଟେକ୍ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲା । ଏନେଇ ଏଫଡିଏର ମୁଖ୍ୟ ବୈଜ୍ଞାନିକ ଫାଇଜରକୁ ପତ୍ର ଲେଖି ସୂଚନା ଦେଇଥିଲେ ।

ଫାଇଜର ଓ ବାୟୋଏନଟେକ୍ ଦାବି କରିଥିଲେ ଯେ, ସେମାନଙ୍କ ଭାକସିନ ୯୫ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଯେଉଁ ୧୭୦ଜଣଙ୍କୁ ଟିକା ଦେବା ପରେ ଇନଫେକ୍ସନ ହୋଇଥିଲା ସେମାନଙ୍କ ମଧ୍ୟରୁ ମାତ୍ର ୮ଜଣଙ୍କୁ ପ୍ରକୃତ ଟିକା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.