ହମାସ୍‌ର ବଢିଲା ଟେନସନ୍‌, ଯୁଦ୍ଧରେ ପ୍ରଥମଥର ପାଇଁ 'ଆରୋ-୩' ବ୍ୟବହାର କଲା ଇସ୍ରାଏଲ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଯୁଦ୍ଧରେ ଇସ୍ରାଏଲ ପ୍ରଥମ ଥର ପାଇଁ ବ୍ୟବହାର କରିଛି ନୂଆ ଅସ୍ତ୍ର। ଯେଉଁ ଅସ୍ତ୍ରକୁ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ଅସ୍ତ୍ରର ନାଁ ହେଉଛି Arrow-3। ଏହା ଇଣ୍ଟରସେପ୍ଟର ହେଉଛି ଏକ ହାଇପରସୋନିକ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର।

ଆରୋ-୨ ଠାରୁ ଆରୋ-3 ଅଧିକ ଉଚ୍ଚତା ଏବଂ କ୍ଷୀପ୍ର ବେଗରେ ଲକ୍ଷ୍ୟଭେଦ କରେ। ଏହାର ନୀତି ହେଉଛି ଟ୍ରାକ୍ କରି ଲକ୍ଷ୍ୟଭେଦ କରିବା। ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡିକୁ ନିକ୍ଷେପ କରିବା ପାଇଁ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଯଦି ୯୦ ଡିଗ୍ରୀ ଉପରକୁ ଉତକ୍ଷେପଣ କରାଯାଏ, ଏହା ୧୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ।

ଏହାର ପରିସର ୨୪୦୦ କିଲୋମିଟର ପର୍ଯ୍ୟନ୍ତ। ସବୁଠୁ ବଡ଼ କଥା ହେଲା ଯଦି ବହୁ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା କେମିକାଲ କିମ୍ବା ପରମାଣୁ ଆକ୍ରମଣ ହୁଏ, ତେବେ ସେଭଳି ହତିଆର ଦିଗ ବଦଳାଇ ଦେବାରେ ସକ୍ଷମ ହୋଇପାରିବ ଆରୋ-୩।

ଇସ୍ରାଏଲର ଏହି ଅସ୍ତ୍ରକୁ ଦେଖିଲେ ଶତ୍ରୁପକ୍ଷ ଆକ୍ରମଣ କରିବା ପୂର୍ବରୁ ଦଶ ଥର ଚିନ୍ତା କରିବ।ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ବନ୍ଦ କରିବାକୁ ଅନେକ ଚେଷ୍ଟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.