ଆମେରିକାକୁ ଉଖୁରୋଉଛି ଚୀନ: ବେଜିଂ କହିଲା ଦକ୍ଷିଣ ଚୀନ ସାଗରରେ ଆମେରିକୀୟ ଯୁଦ୍ଧପୋତକୁ ଡରାଇ ତଡିଦେଇଛୁ

Published By : Prameya-News7 Bureau | April 30, 2020 IST

ବେଜିଂ, ୩୦|୦୪:  ସାରା ବିଶ୍ୱ ଏବେ କରୋନା ଭାଇରସ ବିରୋଧରେ ଲଢେଇ କରୁଛି । ଏହା ମଧ୍ୟରେ ଦକ୍ଷୀଣ ଚୀନ ସାଗରରେ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଚୀନର ସେନା ପିପୁଲ୍ସ ଲିବରେସନ ଆର୍ମୀ ଆମେରିକାର ଯୁଦ୍ଧପୋତକୁ ଘଉଡାଇଥିବା ଦାବି କରିଛି । ଚୀନ ନିଜର ଲଢୁଆ ବିମାନ ସାହାଯ୍ୟରେ ଆମେରିକାର ଜାହାଜକୁ ତଡିଦେଇଥିବା କୁହାଯାଉଛି । ଚୀନ ଆମେରିକାର ଗାଇଡେଡ୍ ମିସାଇଲ୍ ଡେଷ୍ଟ୍ରୋୟର ବିରୋଧରେ ଉସକାଉଥିବା କାର୍ଯ୍ୟକଳାପର ଅଭିଯୋଗ ଆଣିଛି ।

{"id":262506,"width":691,"height":398,"sizeSlug":"large"}

ରିପୋର୍ଟ ଅନୁସାରେ, ଚୀନର ପିପୁଲ୍ସ୍ ଲିବ୍ରେସନ୍ ଆର୍ମୀ କହିଛି ଯେ, ଆମେରିକା ଯୁଦ୍ଧପୋତ ଅନୁପ୍ରବେଶ କରିବା ପରେ ତାକୁ ଟ୍ରାକ୍, ମନିଟର ଓ ଭେରିଫାଇ କରାଯାଇ ତଡିଦିଆଯାଇଛି । ଏହି ସମସ୍ତ ଘଟଣା ପାରାସେନ୍ ଆଇଲାଣ୍ଡ୍ ନିକଟରେ ହୋଇଛି । ଆମେରିକା ଯୁଦ୍ଧପୋତ ବିନା ଅନୁମତିରେ ଚୀନ ସୀମା ମଧ୍ୟରୁ ଆସିଥିବା ଅଭିଯୋଗ କରାଯାଇଛି ।

{"id":262508,"width":684,"height":384,"sizeSlug":"large"}

ଚୀନ ଆର୍ମୀର ଦକ୍ଷିଣ ପ୍ରାନ୍ତର ପ୍ରବକ୍ତା ଆମେରିକାକୁ ପରାମର୍ଶ ଦେଇ କ୍ଷେତ୍ରୀୟ ଶାନ୍ତି ଓ ସୁରକ୍ଷା ଅସ୍ଥିର କରିବା ପରିବର୍ତ୍ତେ ନିଜ ଦେଶରେ କରୋନା ଭାଇରସ ବିରୋଧରେ ଲଢିବାକୁ କହିଛି ।  ତେବେ ଆମେରିକା ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ଦକ୍ଷିଣ ଚୀନ ସାଗରରେ ଅନେକ ସ୍ଥାନ ଡ୍ରାଗନ ଅକ୍ତିଆର କରି ରଖିଛି । ଏହି ସ୍ଥାନରେ କରୋନା ଭାଇରସ ସତ୍ତ୍ୱେ ଚୀନ ନିଜ ଗତିବିଧି କମ କରିନାହିଁ ।

କେବଳ ଦକ୍ଷିଣ ଚୀନ ସାଗର ନୁହେଁ, ଏହି ଅଞ୍ଚଳରେ ଥିବା ବିଭିନ୍ନ ଦେଶ ଉପରେ ଚୀନ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା ଚଳାଇଛି । ଏହାକୁ ନେଇ ଆମେରିକା ସମେତ ଅନେକ ଦେଶ ସହ ଦୀର୍ଘ ଦିନ ଧରି ଚୀନର ବିବାଦ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.