କର୍ମଚାରୀଙ୍କ ଚାକିରି ଖାଉଛି AI, ଆମେରିକାରେ ମାସକରେ ୪ ହଜାର ବେରୋଜଗାର
5/06/2023 at 11:40 AM

ନ୍ୟୁୟର୍କ: ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଭିତରେ ଚିନ୍ତାଜନକ ଖବର ସାମ୍ନାରୁ ଆସିଛି । ଗତ କିଛି ଦିନ ହେଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଯୋଗୁ ଲୋକେ ଚାକିରି ହରାଉଛନ୍ତି । ମେ’ ମାସରେ ପ୍ରାୟ ୪ ହଜାର କର୍ମଚାରୀଙ୍କ ଚାକିରି ଚାଲିଯାଇଥିବା ଜଣାପଡ଼ିଛି । ଆମେରିକାରେ ଚଳିତ ବର୍ଷ ମେ’ ମାସରେ ଛଟେଇ ନେଇ ଏକ ଏକ ରିପୋର୍ଟ ପ୍ରକାଶ ପାଇଛି । ବିଭିନ୍ନ କମ୍ପାନୀରୁ ପ୍ରାୟ ୮୦,୦୮୯ଜଣ ଚାକିରି ହରାଇଛନ୍ତି । ଏଥିମଧ୍ୟରୁ ୩,୯୦୦ଜଣ ଏମିତି ଅଛନ୍ତି, ଯିଏ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କାରଣରୁ ଚାକିରି ହରାଇଛନ୍ତି ।
ରିପୋର୍ଟ ମୁତାବକ, ଚଳିତ ବର୍ଷ ଜାନୁଆରୀ ଏବଂ ମେ’ ମାସ ମଧ୍ୟରେ ପ୍ରାୟ ୪,୧୭,୫୦୦ ଲୋକ ଚାକିରି ହରାଇଛନ୍ତି । ସବୁଠାରୁ ଖରାପ ସମୟ ଥିଲା ୨୦୨୦ର ଆରମ୍ଭ କିଛି ମାସ। କୋଭିଡ୍-19 ମହାମାରୀ ସର୍ବାଧିକ ଲୋକଙ୍କୁ ଛଟେଇ ହୋଇଥିଲେ । ହେଲେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ପ୍ରଥମ ଥର ପାଇଁ ଏତେ ବଡ଼ ସଂଖ୍ୟାରେ ଛଟେଇ ହୋଇଛି ।
ଗୁଗୁଲ ଓ ମାଇକ୍ରୋସଫ୍ଟ ନିଜର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଲଞ୍ଚ କରିଛନ୍ତି । ଏହାର ଲାଭ କମ୍ପାନୀମାନଙ୍କୁ ମିଳୁଛି । କର୍ମଚାରୀଙ୍କ ଅବଶ୍ୟକତା କମୁଥିବାରୁ କମ୍ପାନୀମାନେ ଛଟେଇ ତରିକା ଆପଣାଇଛନ୍ତି । କିଛି ଦିନ ପୂର୍ବରୁ ବୈଜ୍ଞାନିକ ଏବଂ ଉଦ୍ଦ୍ୟୋଗୀମାନେ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଥିଲେ ।