ଅମିଷାଙ୍କ ଆଶ୍ଚର୍ଯ୍ୟକର ଖୁଲାସା, କହିଲେ-ମୁଁ ବିବାହିତ…

Published By : Prameya-News7 Bureau | February 22, 2024 IST

ମୁମ୍ଵାଇ ୨୨।୦୨: ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ୍‌। ସେ ପ୍ରାୟତଃ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସେ ଏକ ଖବର ପାଇଁ ଆଲୋଚନାକୁ ଆସିଛନ୍ତି। ତାହା ପୁଣି ଫିଲ୍ମ ପାଇଁ ନୁହେଁ ବରଂ ପର୍ସନାଲ ଲାଇଫ୍‌କୁ ନେଇ । ଅଭିନେତ୍ରୀ ନିଜେ ଖୁଲାସା କରି ଏମିତି କିଛି କହିଛନ୍ତି । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ତାଙ୍କ ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

{"width":718,"height":361}

ନିକଟରେ  ଅଭିନେତ୍ରୀ ଏକ ସାକ୍ଷାତକାରରେ ଶକିଂ ଖୁଲାସା କରି କହିଛନ୍ତି କି ସେ ବିବାହିତ। ଯାହା ଶୁଣିବା ପରେ ପ୍ରଶଂସକମାନେ ଚକିତ ହୋଇଯାଇଥିଲେ। କିନ୍ତୁ କହିବାକୁ ଗଲେ ଏହା ସତ ନୁହେଁ। ସେ କାହାକୁ ବି ବିବାହ କରି ନାହାନ୍ତି। ବରଂ ନିଜ ଭାବନରେ ଭିତରେ ବୁଡି ଯାଇ କାହାକୁ ମନ ଦେଇ ଦେଇଛନ୍ତି।

ହଲିଉଡ୍ ଅଭିନେତା ଟମ୍‌ କ୍ରୁଜ୍‌ଙ୍କୁ ସେ ବହୁତ ପସନ୍ଦ କରନ୍ତି। ଅଭିନେତ୍ରୀ ତାଙ୍କ ପାଇଁ ଖୁବ୍‌ ଦିୱାନା । ସେ ତାଙ୍କୁ ବହୁତ ଭଲ ପାଆନ୍ତି। ଏହା ମଧ୍ୟ କହିଥିଲେ କି ତାଙ୍କ ହୃଦୟରୁ ସେ ଟମ୍‌ଙ୍କୁ ବିବାହ କରି ସାରିଛନ୍ତି ।  ପୂର୍ବରୁ ହିଁ ସେ ବିବାହିତ । ଅମିଷାଙ୍କ ଏହି କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ । ସଭିଏଁ ତାଙ୍କୁ ନା ନା ପ୍ରକାରର କମେଣ୍ଟ କରୁଛନ୍ତି । କହିବାକୁ ଗଲେ ଅମିଷାଙ୍କ ପୂର୍ବରୁ ଦୀପିକା ମଧ୍ୟ ଏମିତି କିଛି କହିଥିଲେ । ଯାହା ଖୁବ୍‌ ଚର୍ଚ୍ଚାକୁ ଆସିଥିଲା ।

wp:embed {"url":"https://www.prameyanews7.com/actor-vikrant-massey-apologise-after-6-year/","type":"wp-embed","providerNameSlug":"prameya-news-7"}
https://www.prameyanews7.com/actor-vikrant-massey-apologise-after-6-year/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.