scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଗଦର’ ରିଲିଜ୍ ହେବା ପରେ ମାଆ-ବାପାଙ୍କ ସହ ଲଢିଥିଲେ ଅମିଶା, ଖାଇଥିଲେ ଚପଲ ମାଡ

8/08/2023 at 12:50 PM

ମୁମ୍ୱାଇ ୦୮/୦୮: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ରିଲିଜ ଅପେକ୍ଷାରେ ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଗଦର-୨ । ପ୍ରେକ୍ଷାଳୟରେ ଟିକେଟ୍ ପ୍ରି-ବୁକିଂ ଆରମ୍ଭ ହୋଇଛି । ଲୋକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଗଦର ଫିଲ୍ମ ସୁପର ହିଟ୍ ହେବା ପରେ ବର୍ତ୍ତମାନ ଗଦର-୨ ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ହେତୁ ଅଭିନେତ୍ରୀ ଅମିଶା ପଟେଲ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି ।

ଅମିଶା ପଟେଲଙ୍କ କ୍ୟାରିୟର ବହୁତ ଅପ୍ ଆଣ୍ଡ ଡାଉନ୍ ରେ ଚାଲୁଛି । କ୍ୟାରିୟର ଆରମ୍ଭରେ ସେ ଦୁଇଟି ବଡ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଲେ । ପ୍ରଥମ ନାମ ହ୍ରିତିକ ରୋଶନଙ୍କ ଫିଲ୍ମ ‘କାହୋ ନା ପ୍ୟାର’ ଏବଂ ଦ୍ୱିତୀୟ ଚଳଚ୍ଚିତ୍ରଟି ହେଉଛି ଗଦର । ଦୁଇଟି ବଡ ହିଟ୍ ପରେ ଅମିଶାଙ୍କ କ୍ୟାରିଅର୍ ତଳକୁ ତଳକୁ ଖସିବାକୁ ଲାଗିଲା ।

କୁହାଯାଏ ଯେ ଅମିଶାଙ୍କ ପତନ ତାଙ୍କ ବ୍ୟକ୍ତିଗତ ଜୀବନ କାରଣରୁ ହୋଇଥିଲା । କହିବାକୁ ଗଲେ କ୍ୟାରିୟରର ଆରମ୍ଭରେ ସେ ତାଙ୍କ ପିତାମାତାଙ୍କ ସହ ଝଗଡା କରିବାକୁ ପଛାଇନଥିଲେ । ଅଭିଯୋଗ ଥିଲା କି, ତାଙ୍କ ବାପା ମାଆ ଟଙ୍କା ହଡପ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ଦୁଇଟି ଚଳଚ୍ଚିତ୍ରର ଅଦ୍ଭୁତପୂର୍ବ ସଫଳତା ପରେ ଅମିଶା ପଟେଲଙ୍କ ଘର କଳି ଝଗଡା ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ମାମଲା ଏତେ ବଢିଗଲା ଯେ, ମାମଲା କୋର୍ଟରେ ପହଞ୍ଚିଲା ।

ଅମିଷା ସର୍ବସାଧାରଣରେ ତାଙ୍କ ପିତାମାତାଙ୍କୁ ସେମାନଙ୍କର ରୋଜଗାରର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେତେବେଳେ ତାଙ୍କୁ ମଧ୍ୟ ମାଡ ପଡିଥିଲା । ଅମିଷା ପଟେଲ ମଧ୍ୟ ତାଙ୍କ ପିତାମାତାଙ୍କ ବିରୋଧରେ ୧୨ କୋଟି ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ଘନିଷ୍ଠତା ହେତୁ ଏପରି ଭୋଗିବାକୁ ପଡିଥିଲା ।

   Related Posts