scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ବିକ୍ରମ ଭଟ୍ଟଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ଅମିଷା, କହିଲେ ବର୍ବାଦ ହୋଇଗଲା ମୋ କ୍ୟାରିୟର

4/07/2023 at 2:14 PM

ମୁମ୍ୱାଇ ୦୪/୦୭: ଅମିଷା ପଟେଲ୍ । ପର୍ସନାଲ ଲାଇଫ୍‌କୁ ନେଇ ସେ ସର୍ବଦା ଚର୍ଚ୍ଚିତ । କହୋ ନା ପ୍ୟାର ହେଁ ଜରିଆରେ ବଲିଉଡ୍‌ରେ କରିଥିଲେ ଡେବ୍ୟୁ । ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲେ । ରାତାରାତି ଷ୍ଟାର ପାଲଟିଥିଲେ ଅମିଷା । ଏହା ପରଠୁ ସଫଳତା ଯେମିତି ତାଙ୍କ ପାଖ ଛାଡିନଥିଲା । କେବଳ ଫିଲ୍ମ ନୁହେଁ ସମୟ ଥିଲା ତାଙ୍କ ଆଫେୟାର ନେଇ ଥିଲେ ଚର୍ଚ୍ଚାରେ ।

ବିକ୍ରମ ଭଟ୍ଟଙ୍କ ସହ ତାଙ୍କ ପ୍ରେମ ସମ୍ପର୍କୁ ନେଇ ଗସିପ୍ ହୋଇଥିଲା । ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳିଥିଲା । ନିକଟରେ ଗୋଟିଏ ସାକ୍ଷାତକାରରେ ଅଭିନେତ୍ରୀ ବିକ୍ରମ ଭଟ୍ଟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଖୁଲ୍ଲାସା କରିଥିଲେ । କହିଥିଲେ ଯେ କେମିତି ଏହି ସମ୍ପର୍କ ତାଙ୍କ ଜୀବନର ମୋଡ ବଦଳାଇଦେଇଥିଲା । ତାଙ୍କ କ୍ୟାରିୟର ପାଇଁ ସୃଷ୍ଟି କରିଥିଲା ଘାତକ ।

ଅଭିନେତ୍ରୀ କହିଥିଲେ ଯଦି ତୁମେ ଏହି ଇଣ୍ଡଷ୍ଟ୍ରୀରେ ଇମାନଦାର ଓ ସଚ୍ଚୋଟ, ତେବେ ତୁମକୁ କେହି ପଚାରିବେନି । କରେଣ ଦିନ ଥିଲା ମୁଁ ବି ଏମିତି ଥିଲି । ହେଲେ ଲାଭ କଣ ହେଲା ଓଲଟା ମୋର କ୍ଷତି ହେଲା । ଏଥିପାଇଁ ମୋ ଜୀବନ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଭଳି । ମୋ ଜୀବନରେ ବୋଧହୁଏ ଆପଣମାନେ ଦେଖିପାରୁଥିବେ କଣ ଚାଲିଛି । ମୁଁ ଏମିତି ଯିଏକି ମନକୁ ଯାହା ଆସେ ମୁଁ କହିଦିଏ । ମୋତେ ଲାଗୁଛି ଏହା ମୋ କ୍ୟାରିୟର ପାଇଁ ସବୁଠାରୁ ବଡ ଭୁଲ୍ ଥିଲା । ମୋ ଜୀବନରେ ଦୁଇଟି ରିଲେସନ୍ ଥିଲା ଯାହା ପବ୍ଲିକ୍ ହୋଇଗଲା । ସେଇ ଦୁଇ କାରଣ ପାଇଁ ମୋ କ୍ୟାରିୟର ବର୍ବାଦ୍ ହୋଇଗଲା ।

ଗତ ୧୨-୧୩ ବର୍ଷ ମଧ୍ୟରେ ମୋର କୌଣସି ରିଲେସନ ନାହିଁ କି ମୁଁ କାହାକୁ ଡେଟ୍ କରୁନି । ସେଥାପାଇଁ ବୋଧହୁଏ ମୋ ଲାଇଫ୍‌ରେ ଶାନ୍ତି ଅଛି । ଏହାଛଡା ମୋ ଜୀବନରେ ବାସ୍ ଆଉ କିଛି ଦରକାର ନାହିଁ । ଝିଅମାନଙ୍କର ସିଙ୍ଗଲ ଷ୍ଟାଟସ୍ ସର୍ବଦା ଆଖପାଖ ଲୋକଙ୍କ ପାଇଁ ଆଟ୍ରାକ୍ଟିଭ୍ ହୋଇଥାଏ । ବିକ୍ରମ ତାଙ୍କ ପୁରୁଣା ଇଣ୍ଟରଭିୟୁରେ କହିଥିଲେ ଯେ, ଅମିଷାଙ୍କ ସହ ତାଙ୍କ ସମ୍ପର୍କ ନେଇ ସେ କହିଥିଲେ ଯେ, ମୁଁ ତାଙ୍କ ଦୁଃଖ ବୁଝୁଛି । ଦିନେ ତାଙ୍କର ବି ଷ୍ଟାରଡମ୍ ଖସିଥିଲା । ଅମିଷା ଓ ବିକ୍ରମ ୫ ବର୍ଷ ଧରି ଉଭୟ ଉଭୟଙ୍କୁ କରିଥିଲେ ଡେଟ୍ । ସେତେବେଳେ ବିକ୍ରମ ଭଟ୍ଟ ଥିଲେ ବିବାହିତ ।

ଆଉ ଏହି ଆଫେୟାର ପାଇଁ ବର୍ବାଦ ହୋଇଥିଲା ଅମିଷାଙ୍କ କ୍ୟାରିୟର । କେବଳ ସେତିକି ନୁହେଁ ପରିବାର ଲୋକଙ୍କ ସହ ଖରାପ୍ ହୋଇଥିଲା ସଂପର୍କ । ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ଆପ ମୁଝେ ଅଚ୍ଛେ ଲଗନେ ଲଗେ ସୁଟିଂରେ ଉଭୟ ଉଭୟଙ୍କର ହୋଇଯାଇଥିଲେ ନିକଟତର । ସମ୍ପର୍କ ଏତେ ନିବିଡ ହୋଯାଇଥିଲା ଯେ, ଉଭୟ ଲିଭ୍-ଇନ୍‌ରେ ରହୁଥିବା ଶୁଣିବାକୁ ମିଳୁଥିଲା । ପ୍ୟାରେଣ୍ଟସ ବିକ୍ରମଙ୍କ ସହ ତାଙ୍କ ସମ୍ପର୍କକୁ ପସନ୍ଦ କରୁନଥିବାରୁ ଅମିଷା ବାପା-ମାଆଙ୍କ ବିରୋଧରେ କେସ୍ ବି କରିଥିଲେ ।

you can also read…

   Related Posts