ନୀରବି ଗଲେ ‘ବିନାକା ଗୀତାମାଲା’ର ଉପସ୍ଥାପକ ଅମୀନ ସାୟାନି, ୯୧ ବର୍ଷରେ ଦୁନିଆକୁ କହିଲେ ଅଲବିଦା

Published By : Prameya-News7 Bureau | February 21, 2024 IST

ମୁମ୍ଵାଇ ୨୧।୦୨: ରେଡିଓର ଗୋଲ୍ଡେନ୍‌ ଏରାର ସ୍ଵର ଭାବରେ ବିବେଚିତ ଅମୀନ ସୟାନିଙ୍କ ଦେହାନ୍ତ। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମୀନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରେଡିଓ ଶ୍ରୋତାମାନଙ୍କ ‘ବିନାକା ଗୀତାମାଲା’ର ଘୋଷକ ନୀରବି ଯାଇଛନ୍ତି। ସେ ଦୁନିଆକୁ ବିଦାୟ ଦେଇଛନ୍ତି, ତାଙ୍କର ଦେହାନ୍ତ ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ପୁଅ ରାଜୀଲ ସାୟାନି ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ଅମୀନ ସାୟାନିଙ୍କ ପୁଅ ରାଜୀଲ ସାୟାନି ତାଙ୍କ ପିତାଙ୍କ ମୃତ୍ୟୁକୁ ନେଇ କହିଛନ୍ତି ଯେ ମଙ୍ଗଳବାର ତାଙ୍କ ପିତା ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ଘରେ ହୃଦଘାତରେ ପୀଡିତ ହୋଇଥିଲେ।  ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏଚ.ଏନ. ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲକୁ କରାଯାଇଥିଲା। କିଛି ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅମିନ ସାୟାନି ଦୀର୍ଘ ସମୟ ଧରି ମ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ। ସେ ଗତ ୧୨ ବର୍ଷ ଯନ୍ତ୍ରଣା ଭୋଗୁଥିଲେ ।

ଅମୀନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ। ଏହା ସହିତ ୨୦ରୁ ଅଧିକ ଜିଙ୍ଗଲ ଓ ବିଜ୍ଞାପନରେ ସ୍ୱର ଦେଇଥିଲେ। ୮୦ ଓ ୯୦ ଦଶକରେ ରେଡିଓ କହିଲେ ଏକ ପ୍ରକାର ଅମୀନଙ୍କୁ ବୁଝାଯାଉଥିଲା । ବିଶେଷ କରି ଗୀତମାଲା କାର୍ଯ୍ୟକ୍ରମ ପାଇଁ ସେ ସାରା ଦେଶରେ ପରିଚିତ ହୋଇପାରିଥିଲେ। ଏଥିପାଇଁ ତାଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିଥିଲା। ଶ୍ରୋତାଙ୍କ ଅନୁରୋଧରେ ଗୀତ ବଜାଇବା ସହିତ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ଅମୀନ ସାୟାନିଙ୍କୁ ଲୋକପ୍ରିୟ କରିଥିଲା। ଏହି କାର୍ଯ୍ୟକ୍ରମ ୧୯୫୨ରୁ ୨୦୦୩ ଯାଏ ଚାଲିଥିଲା।

wp:embed {"url":"https://www.prameyanews7.com/vidya-balan-lodge-fir-in-mumbai-for-extorting-money-in-her-name/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vidya-balan-lodge-fir-in-mumbai-for-extorting-money-in-her-name/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.