scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତରେ ୪୦୦ ମିଲିୟନ ଡଲାର ନିବେଶ AMD, ଏହି ସହରରେ ହେବ କମ୍ପାନିର ସବୁ ବଡ଼ ଡିଜାଇନ ସେଣ୍ଟର

28/07/2023 at 11:13 PM

AMD

ନୂଆଦିଲ୍ଲୀ, ୨୮/୦୭: ଲୋକପ୍ରିୟ କମ୍ପ୍ୟୁଟର ଚିପ୍‌ ନିର୍ମାତା କମ୍ପାନି AMD ଭାରତରେ ଆଗାମୀ ପାଞ୍ଚ ବର୍ଷରେ ୪୦୦ ମିଲିୟନ ଡଲାର ନିବେଶ କରିବ। ଶୁକ୍ରବାର ଏନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହି ନିବେଶ ଅନୁଯାୟୀ, କମ୍ପାନି ଭାରତରେ ରିସର୍ଚ୍ଚ, ଡେଭଲପମେଣ୍ଟ ଏବଂ ଇଞ୍ଜିନିୟରିଂ ଇତ୍ୟାଦିକୁ ଆଗକୁ ବଢ଼ାଇବା ଏବଂ ବିସ୍ତାର ପାଇଁ ବେଙ୍ଗାଲୁରୁରେ ନୂଆ ଏଏମଡି କ୍ୟାମ୍ପସ ଖୋଲିବ। ଏହି କ୍ୟାମ୍ପସ କମ୍ପାନିର ସବୁଠୁ ବଡ଼ ଡିଜାଇନ ସେଣ୍ଟର ଭାବରେ କାମ କରିବ।

ରିପୋର୍ଟ ଅନୁଯାୟୀ, ଏଏମଡି ୨୦୨୮ ଶେଷ ସୁଦ୍ଧା ପ୍ରାୟ ୩୦୦୦ ନୂଆ ଇଞ୍ଜନିୟରିଂ ପଦବୀ ମଧ୍ୟ ସାମିଲ୍‌ କରିବ। ତେବେ ନୂଆ ସେଣ୍ଟର ଚଳିତ ବର୍ଷ ଶେଷ ସୁଦ୍ଧା ଖୋଲଯାଇପାରେ। ଏହି ସେଣ୍ଟରରେ ବ୍ୟାପକ ଲ୍ୟାବ୍‌, ଆଡଭାନ୍ସ ଆସିଷ୍ଟାନ୍ସ ଡିଭାଇସ ଏବଂ ବସିବା ପାଇଁ ବ୍ୟବସ୍ଥା ହେବ।

ଆହୁରି ପଢ଼ନ୍ତୁ: Wiproର ବଡ଼ ଘୋଷଣା, ଆସନ୍ତା ତିନି ବର୍ଷରେ AIରେ କରିବ ୧ ବିଲିୟନ ଡଲାରର ନିବେଶ

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ବୟାନରେ କହିଛନ୍ତି ଭାରତରେ ନିଜର ସବୁଠୁ ବଡ଼ ଆରଆଣ୍ଡ୍‌ଡି ଡିଜାଇନ ସେଣ୍ଟର ସ୍ଥାପିତ କରିବା ଏବଂ ଭାରତ-ଏଏମଡି ପାର୍ଟନରସିପ୍‌ର ବିସ୍ତାରର ଏଏମଡିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଏହା ଏକ ଖୁବ୍‌ ଭଲ ଅବସର ପ୍ରଦାନ କରିବ। ୫ ଲକ୍ଷ ବର୍ଗ ଫୁଟ୍‌ର ନୂଆ ବେଙ୍ଗାଲୁରୁ କ୍ୟାମ୍ପସ, ବେଙ୍ଗାଲୁରୁ, ଦିଲ୍ଲୀ, ଗୁଡ଼ଗାଓଁ, ହାଇଦ୍ରାବାଦ ଏବଂ ମୁମ୍ବାଇରେ ଥିବା ୧୦ ସ୍ଥାନରେ ଏଏମଡିର ଅଫିସ୍‌ର ଉପସ୍ଥିତି ବଢ଼ିବ।

   Related Posts