ଭାରସାମ୍ୟ ହରାଇ କେନାଲକୁ ଖସିଲା ଆମ୍ୱୁଲାନ୍ସ, ରୋଗୀ ଛାଡି ଫେରୁଥିବାବେଳେ ଓଲଟିଲା

Published By : Prameya-News7 Bureau | May 27, 2023 IST

କେନ୍ଦ୍ରାପଡା ୨୭/୦୫: ଭାରସାମ୍ୟ ହରାଇ କେନାଲକୁ ଖସିଗଲା ଆମ୍ୱୁଲାନ୍ସ । ରୋଗୀ ଛାଡି ଫେରୁଥିବାବେଳେ ଓଲଟିପଡିଥିଲା ଆମ୍ୱୁଲାନ୍ସ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଚନ୍ଦନନଗର ନିକଟରେ ଘଟିଛି ଏହି ଅଘଟଣ ।

ସୂଚନା ଥାଉକି, କେନ୍ଦ୍ରପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଛାଡି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ଭୋର୍ ପ୍ରାୟ ୫ ଟା ବେଳେ ଏକ ୧୦୮ ଆମ୍ବୁଲାନ୍ସ ଶ୍ୟାମ ଗୁଡ଼ିଆ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଛାଡିବା ପରେ ଫେରୁଥିଲା ହଳଦୀଡିହ ଗଡା ନିକଟରେ ଆମ୍ବୁଲାନ୍ସ ଟି ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିଲା । ଏଥିରେ ଆମ୍ବୁଲାନ୍ସରେ ଥିବା ଚାଳକ ଓ ତାଙ୍କ ସହଯୋଗୀ ସାମାନ୍ୟ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.