ଯୋଜନା କାହା ପାଇଁ ? ଅଧାବାଟରେ ମୃତଦେହକୁ ଛାଡ଼ି ଆମ୍ବୁଲାନ୍ସ ଛୁ, ରାସ୍ତା କଡ଼ରେ ସ୍ତ୍ରୀର ଶବକୁ ଜଗି ରହିଲେ ସ୍ବାମୀ

Published By : Prameya-News7 Bureau | October 07, 2020 IST

ସାଲେପୁର ୦୭।୧୦: ଯୋଜନା କାହା ପାଇଁ ? ଶବକୁ ବାଟରେ ଓହ୍ଲାଇ ଦେଇ ଆମ୍ବୁଲାନ୍ସ ଛାଡି ପଳାଇଲା । କଟକ ଜିଲ୍ଲା ସାଲେପୁର ପାଗା ବଜାର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ।

{"id":339861,"sizeSlug":"large"}

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବଳଦେବନଗରର ମହେଶ୍ବର ପ୍ରଧାନଙ୍କ ସ୍ତ୍ରୀ ରିତାଞ୍ଜଳି ପ୍ରଧାନ ଜଣ୍ଡିସ୍ ଓ ଜ୍ୱରରେ ଆକ୍ରାନ୍ତ ଥିଲେ । ତାଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ରିତାଞ୍ଜଳିଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ମହେଶ୍ବର ଏକ ଆମ୍ବୁଲାନ୍ସ ଯୋଗେ ସ୍ତ୍ରୀଙ୍କ ମୃତଦେହକୁ ନେଇ କଟକରୁ ଗାଁ କୁ ଫେରୁଥିବା ବେଳେ, ସାଲେପୁର ପାଗା ଛକ ନିକଟରେ ଶବକୁ ଯୋର ଜବରଦସ୍ତ ଓହ୍ଲାଇ ଦେଇଥିଲେ ।

wp:html /wp:html

ଆମ୍ବୁଲାନ୍ସ ଡ୍ରାଇଭର୍ ଟଙ୍କା ନେଇ ଓହ୍ଲାଇ ଫେରାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଦୀର୍ଘ ସମୟ ଧରି ମୃତଦେହକୁ ମହେଶ୍ୱର ରାସ୍ତା କଡରେ ଧରି ବସିଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ହୃଦୟ ବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ପରେ ଗାଁରୁ ଏକ ଆମ୍ବୁଲାନ୍ସ ଆସି ମୃତଦେହ ଗାଁକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.