ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ପ୍ରସୂତୀ ମହିଳାଙ୍କୁ ବୋହିନେଲେ ଷ୍ଟ୍ରେଚରରେ

Published By : Prameya-News7 Bureau | December 12, 2020 IST

ସମ୍ବଲପୁର୧୨।୧୨: ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଘର ପାଖକୁ ଆମ୍ବୁଲାନ୍ସ ନଯିବାରୁ ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତୀ ମହିଳା । ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ କେଶବ ପ୍ରଧାନ, ଡ୍ରାଇଭର ଆର୍ତ୍ତ ବେହେରା ଓ ହେଲପର ନିଶାନ୍ତ ସାହୁଙ୍କ ଏହି କାର୍ଯ୍ୟକୁ ସାରା ସମ୍ବଲପୁରରେ ପ୍ରଶଂସା କରାଯାଉଛି ।

ସୂଚନା ଅନୁସାରେ ସମ୍ବଲପୁର କିସିଣ୍ଡା ଥାନା ବ୍ରାହ୍ମଣୀପାଲି ଗାଁରେ ଜଣେ ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ତ ଆସିଲା ହେଲେ ଗାଁ ପାଖରେ ନାଳ ଓ ଖରାପ ରାସ୍ତା ଥିବାରୁ ଆମ୍ବୁଲାନ୍ସ ଯାଇପାରିଲାନି । ଏଭିତରେ କିନ୍ତୁ ସମ୍ପୃକ୍ତ ମହିଳା ଜଣଙ୍କ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇସାରିଥିଲେ । ତେବେ ଅବସ୍ଥା ସଂକଟାପନ୍ନଥିବାରୁ ମା’କୁ ଷ୍ଟ୍ରେଚରରେ ବୋହି ନାଳ ପାର କରାଇ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇ ଉଦାହରଣ ସୃଷ୍ଟି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.