Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ମୃତ ଝିଅକୁ ନେଲାବେଳେ ଓଲଟିଲା ଆମ୍ବୁଲାନ୍ସ; ବାପା, ପୁଅ ମେଡ଼ିକାଲ୍‌ରେ ଭର୍ତ୍ତି

10/03/2023 at 7:45 PM

ଫୁଲବାଣୀ ୧୦/୦୩: ଝିଅର ମୃତ ଦେହକୁ ଘରକୁ ଆଣିବାବେଳେ ଓଲଟି ପଡ଼ିଲା ଆମ୍ବୁଲାନ୍ସ। ଫଳରେ ବାପା ପୁଅ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏପରି ଅଘଟଣ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମୁଣ୍ଡାନାଯୁ ବୁଲାଣୀରେ ଘଟିଛି। ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇବାରୁ ଏପରି ଅଘଟଣ ହୋଇଥିବା ଜଣାପଡ଼ିଛି।

ଖବର ଅନୁସାରେ, ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିଲା। ଏହାପରେ ମୃତ ଝିଅକୁ  ବାପା-ପୁଅ ବେସରକାରି ଆମ୍ବୁଲାନ୍ସରେ ବାଲିଗୁଡ଼ା ବ୍ଳକ୍ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତ ମୁଠାବାଲି ଗାଁକୁ ଆଣୁଥିଲେ। ଏହି ସମୟରେ ଆମ୍ବୁଲାନ୍ସଟି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡାନାଯୁ ବୁଲାଣୀରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।

ଫଳରେ ଆମ୍ୱୁଲାନ୍ସ,ରେ ଥିବା ବାପା ପୁଅ ଆହତ ହୋଇଛନ୍ତି। ସ୍ଥାନୀୟ ସେମାନଙ୍କୁ ଉଦ୍ଧାର କରି ପାଖରେ ଥିବା ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି। ଏହା ଜାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଛାନବିନ୍‌ କରିଛି।

   Related Posts