କାଦୁଆ ରାସ୍ତାରେ ୨ ଘଣ୍ଟା ଫସିଲା ଆମ୍ବୁଲାନ୍ସ, ପ୍ରସୂତୀଙ୍କୁ ମେଡିକାଲ ନେଇ ଯାଇଥିଲା

Published By : Prameya-News7 Bureau | August 25, 2023 IST

ବୈପାରୀଗୁଡା ୨୫।୮: ପ୍ରସୂତୀ ମହିଳାଙ୍କୁ ମେଡିକାଲ ନେବା ବେଳେ କାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ । ଫଳରେ ୨ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ଦିନ ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତର ମାଙ୍କିଡି ଘାଟିରେ ଘଟିଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତ ତଟାପୋଡା ଗ୍ରାମର ପ୍ରସୂତୀ ମହିଳା ଧାନମତିଙ୍କ ପେଟରେ ଯନ୍ତ୍ରଣା ଯୋଗୁଁ ମେଡିକାଲ ନେବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ତଟାପୋଡାରେ ପହଞ୍ଚି ପ୍ରସୂତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେବା ସମୟରେ ତୋଟାପୋଡା ଠାରୁ ଲମତାପୁଟ ରାସ୍ତାର ମାଙ୍କିଡି ଘାଟି କାଦୁଆ ରାସ୍ତାରେ ଫସିଯାଇଥିଲା । ୨ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତା ଟ୍ରାକ୍ଟର ଲଗାଇ ଆମ୍ବୁଲାନ୍ସ ବାହାର କରାଗଲା ପରେ ଲମତାପୁଟ ମେଡିକାଲରେ ରୋଗୀଙ୍କୁ ନେଇ ଭର୍ତ୍ତି କରାଯାଇଛି l

You Can Read :

wp:embed {"url":"https://www.prameyanews7.com/lady-lost-life-after-truck-hits-scooty-in-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lady-lost-life-after-truck-hits-scooty-in-cuttack/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.