୧୦୮ଆମ୍ବୁଲାନ୍ସ ସହ ଟାଟା ଏସି ମୁହାଁମୁହିଁ ଧକ୍କା, ୨ ଚାଳକ ଆହତ

Published By : Prameya-News7 Bureau | August 06, 2022 IST

କାମାକ୍ଷାନଗର ୦୬/୦୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲି ଛକଠାରେ ୧୦୮ ଆମ୍ବୁଲାନ୍ସ ସହିତ ଟାଟା ଏସି ଧକ୍କା । ଫଳରେ ଏହି ଦୁର୍ଘଟଣାରେ ୨ ଚାଳକ ଆହତ । ଘଟଣାଟି ଆଜି ସକାଳୁ ସକାଳୁ ଘଟିଛି ।

କାମାକ୍ଷାନଗର ମେଡିକାଲରୁ ରୋଗୀ ନେଇ ଢେଙ୍କାନାଳ ମେଡିକାଲକୁ ଯାଉଥିବା ୧୦୮ଆମ୍ବୁଲାନ୍ସ ସହିତ ବିପରୀତ ଦିଗରୁ ଆସୁଥିବା ଟାଟା ଏସି ଗାଡି ସହ ମୁହାଁମୁହିଁ ଧକା ହୋଇଥିଲା । ଫଳରେ ଉଭୟ ଗାଡିର ଚାଳକ ସାମାନ୍ୟ ଆହତ ହୋଇଥିଲେ । ଆମ୍ବୁଲାନନ୍ସରେ ଥିବା ରୋଗୀକୁ ସୁରକ୍ଷିତ ଥିବାବେଳେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.