ରାମଚଣ୍ଡୀର ଅସମ୍ଭାଳ ଭିଡ଼ରେ ଫସିରହିଲା ଆମ୍ବୁଲାନ୍ସ, ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

Published By : Prameya-News7 Bureau | January 01, 2023 IST

କୋଣାର୍କ: ନୂଆବର୍ଷ ପାଇଁ କୋଣାର୍କ ଚନ୍ଦ୍ରଭାଗାରେ ପର୍ଯ୍ୟଟଙ୍କ ପ୍ରବଳ ଭିଡ । ସ୍ଥିତି ଏପରି ହୋଇଥିଲା ଯେ ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ତେବେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି  l ଏହି ଭିଡ ଯୋଗୁଁ ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଛି ।

ରାମଚଣ୍ଡୀ ଠାରେ ବଣଭୋଜି କରି ଫେରୁଥିବା ସମୟରେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍ସ ଯୋଗେ ଜଣେ ପର୍ଯ୍ୟଟକଙ୍କୁ କୋଣାର୍କ ମେଡିକାଲ ଅଣାଯାଉଥିଲା । କିନ୍ତୁ ଇକୋରିଟ୍ରିଟ ଯିବା ରାସ୍ତାରେ ପ୍ରାୟ ଅଧଘଣ୍ଟା ଧରି ଫସି ରହିଲା ଦୁଇ ଦୁଇଟି ସେବାକାରୀ ଗାଡ଼ି ଯାହାକି ଗୋଟିଏ ପଟେ ଆମ୍ବୁଲାନ୍ସ, ଅନ୍ୟପଟେ ଅଗ୍ନିଶମ ବାହିନୀର ଗାଡ଼ି । ଫଳରେ ଅସୁସ୍ଥ ପର୍ଯ୍ୟଟକଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ବିଳମ୍ୱ ହୋଇଥିଲା । ଡାକ୍ତର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପର୍ଯ୍ୟଟକ ଜଣଙ୍କ ଖୋର୍ଦ୍ଧା ବୋଲଗଡ଼ ଥାନା ଅଞ୍ଚଳର ରାଜକିଶୋର ପ୍ରଧାନ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.