ଜାତୀୟ ରାଜପଥ ୨୦ରେ ଦୁର୍ଘଟଣା, ଆମ୍ବୁଲାନ୍ସ- ପିକ୍ଅପ୍ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର

Published By : Prameya-News7 Bureau | February 21, 2024 IST

ଆନନ୍ଦପୁର: ଜାତୀୟ ରାଜପଥ ୨୦ରେ ଆମ୍ବୁଲାନ୍ସ- ପିକ୍ଅପ୍ ମୁହାଁମୁହିଁ ଧକ୍କା। ଘଟଣା ଘଟିଛି କଲରାଗଡ଼ିଆ ଛକ ନିକଟରେ। ସୂଚନା ଅନୁଯାୟୀ, ଏକ ଆମ୍ବୁଲାନ୍ସ ସହ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଆମ୍ବୁଲାନ୍ସରେ ଥିବା ରୋଗୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ଯୋଗୁଁ ଆମ୍ବୁଲାନ୍ସଟି ଭାଙ୍ଗିରୁଜି ଯାଇଥିବାରୁ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗ୍‌ ରୁଟ୍‌ରେ ପିକଅପ୍ ଯାଉଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସେପଟେ ଘଟଣା ସ୍ଥଳରେ ଘସିପୁରା ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

You Can Read: ଲମତାପୁଟ ପୋଲିସକୁ ସଫଳତା, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.