ଖରାପ୍ ହେଲା ଆମ୍ୱୁଲାନ୍ସ, ଜନନୀ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

Published By : Prameya-News7 Bureau | November 12, 2022 IST

କୋରାପୁଟ ୧୨/୧୧: ଖସିଲା ଚକ ଅଟକିଲା ଆମ୍ବୁଲାନ୍ସ । ଜନନୀ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ । ଜଣେ ଗର୍ଭବତୀକୁ ନେଇ କୋରାପୁଟ ଯାଉଥିବା ଆମ୍ବୁଲାନ୍ସର ଚକ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାଟକ ସମ୍ମୁଖରେ ଆମ୍ବୁଲାନ୍ସର ଚକ ବାହାରି ପଡ଼ିଲା ।

ଫଳରେ ଆମ୍ବୁଲାନ୍ସ ଭିତରେ ରହି ଗର୍ଭବତୀ ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । କିଛି ସମୟ ପରେ ନାରାୟଣପାଟଣାରୁ ଅନ୍ୟ ଆମ୍ବୁଲାନ୍ସ ଆସି ଗର୍ଭବତୀ ମହିଳାଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁଠି ଗମନାଗମନର ସୁବିଧା ବିଶେଷ ନାହିଁ ସେହି ଅଞ୍ଚଳରେ ରୋଗୀ ସେବା ଯୋଗାଇ ଆସୁଥିବା ଆମ୍ବୁଲାନ୍ସର ଯାନ୍ତ୍ରିକ ମରାମତି ଠିକ୍ ଭାବରେ ନକରିବାରୁ ବାରମ୍ବାର ଏଭଳି ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସରକାର ଓ ଜିଲ୍ଲା ପ୍ରଶାସନ ଏଦିଗରେ ଯତ୍ନବାନ ହେବା ଆବଶ୍ୟକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.