Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ କର୍ମଚାରୀ

12/12/2021 at 1:10 PM

ମୋହନା,୧୨/୧୨: ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ୩ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ବାଲିଗଣ୍ଡା ଗାଁରେ ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ବାଲିଗଣ୍ଡl ଗାଁର ପୁଷ୍ପା ଦଳାଇଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଖବର ପାଇ ରାତି ପ୍ରାୟ ୧୨ଟାରେ ମୋହନା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବାଲିଗଣ୍ଡl ଗାଁକୁ ଯାଇଥିଲେ । ତେବେ ଗାଁ ଠାରୁ ପ୍ରାୟ ୩ କିଲୋମିଟର ଦୂରରୁ ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା ।

ଏହାପରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଚାଲିଚାଲି ଗାଁରେ ପହଁଚିଥିଲେ କର୍ମଚାରୀ । ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀ ମହିଳା ପୁଷ୍ପାଙ୍କୁ ଷ୍ଟ୍ରେଚରରେ ୩ କିଲୋମିଟର ବୋହି ଆଣିବା ପରେ ଚନ୍ଦ୍ରଗିରି ମେଡିକାଲରେ ସେମାନେ ଭର୍ତ୍ତି କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ପରିବାର ଲୋକେ ପ୍ରଶଂସା କରିଛନ୍ତି ।

   Related Posts