ଆସିଲାନି ୧୦୮ ଆମ୍ବୁଲାନ୍ସ, ଷ୍ଟ୍ରେଚର୍‌ରେ ଦୁଇ କିଲୋମିଟର ବୁହାହେଲେ ଗୁରୁତର

Published By : Prameya-News7 Bureau | November 15, 2023 IST

ଆଠମଲ୍ଲିକ ୧୫।୧୧: ଟ୍ରେନ୍‌ରେ ଚଢିଲା ବେଳେ ଯୁବକଙ୍କ ଗୋଡ ଖସିଗଲା । ସୌଭାଗ୍ୟ ବଶତଃ ବର୍ତ୍ତିଗଲା ଜୀବନ । ଅନୁଗୋଳ ଜିଲ୍ଲା ବଇଣ୍ଡା ରେଲୱେ ଷ୍ଟେସନରେ ଭୁବନେଶ୍ୱର ବଲାଙ୍ଗୀର ଇଣ୍ଟରସିଟିରେ ଚଢିବା ବେଳେ  ହିଞ୍ଜଗୋଲା ଗ୍ରାମର  ଅବିନାଶ ବିଶ୍ଵାଳଙ୍କ ଗୋଡ଼ ଟ୍ରେନ୍ ଟ୍ରାକ୍ ତଳକୁ ଖସିପଡ଼ିଥିଲା । ଚଳନ୍ତା ଟ୍ରେନ ଟ୍ରାକରେ ପଡିବାରୁ ଅବିନାଶର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଛି । କିନ୍ତୁ ସୌଭାଗ୍ୟକୁ ଅବିନାଶର ଜୀବନ ବର୍ତ୍ତିଯାଇଛି ।

ଏହିପରି ଅବସ୍ଥାରେ ବଇଣ୍ଡା ରେଳ ଷ୍ଟେସନରୁ ମେଡିକାଲ ନେବା ପାଇଁ ଅଟୋ ଖୋଜା ଯାଇଥିଲା । ମାତ୍ର ଅଟୋ ଡ୍ରାଇଭର କେହି ଅବିନାଶକୁ ନେବାକୁ ରାଜି ହେଲେ ନାହିଁ । ଓଲଟା ନିର୍ଦ୍ଦୟ ହୋଇ ଷ୍ଟେସନରୁ ସବୁ ଅଟୋ ଚାଲିଯାଇଥିଲେ । ଶେଷରେ ସ୍ଥାନୀୟ କିଛି ଯୁବକ ୧୦୮କୁ ଡାକିଥିଲେ । ମାତ୍ର ବଇଣ୍ଡା ମେଡିକାଲରେ ଥିବା ଆମ୍ବୁଲାନ୍ସ ଖରାପ ଥିବାରୁ ଆସିପାରି ନଥିଲା । ଶେଷରେ ଗୁରୁତର ଅବିନାଶକୁ ସ୍ଥାନୀୟ କିଛି ଯୁବକ ଷ୍ଟ୍ରେଚରରେ ବୋହି ବଇଣ୍ଡା ମେଡିକାଲକୁ ନେଇଥିଲେ । ଆମ୍ବୁଲାନ୍ସ ସେବା ନପାଇ ଗୁରୁତରଙ୍କୁ ଜାତୀୟ ରାଜପଥରେ ବୋହିନେବା ଦୃଶ୍ୟ ଲୋକଙ୍କ ମନରେ ନନା ପ୍ରଶ୍ନ ସୃଷ୍ଟି କରିଛି ।

You Can Read :

wp:embed {"url":"https://www.prameyanews7.com/police-seal-driveway-dhaba-in-pattapur-of-ganjam-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-seal-driveway-dhaba-in-pattapur-of-ganjam-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.